ଜାୱରା ଜାର୍ଫା ଆଦିବାସୀ କ୍ଳବର ଫୁଟବଲ ଟୁର୍ଣ୍ଣମେଣ୍ଟ ଉଦ୍ଯାପିତ
ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଜମାଳପୁର ଠାରେ ଜାୱରା ଜାର୍ଫା ଆଦିବାସୀ କ୍ଲବର ୩ଦିନିଆର ଫୁଟବଲ ଟୁର୍ଣ୍ଣମେଣ୍ଟ ରବିବାର ଉଦ୍ଯାପିତ ହୋଇ ଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ୧୬ଟି ଦଳ ଭାବ ନେଇଥିବା ବେଳେ ଏହା ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା । ସମାଜସେବୀ କାଳିଚରଣ ଦାସଙ୍କ ସଂଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷା ସଂଜିତା ସେନାପତି ଓ ମୁଖ୍ୟ ବକ୍ତାଭାବେ ଆଇଆଇସି ରୋଜାଲିନ୍ ବେହେରା ଯୋଗ ଦେଇ ଟୁର୍ଣ୍ଣମେଣ୍ଟ ଦ୍ୱାରା ଯୁବକମାନଙ୍କ ମଧ୍ୟରେ କ୍ରିଡାପ୍ରତି ଆଗ୍ରହ ସୃଷ୍ଟି କରିଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରଜମୋହନ ପ୍ରଧାନ, ମଧୁସୂଦନ ସେନାପତି, ବିଶ୍ୱନାଥ ଦାସ ମହାପାତ୍ର, ସପନ ଦାସ, ଖଗେନ୍ଦ୍ର ସାହୁ, ଆଇନ୍ଜିବୀ ରାମଚନ୍ଦ୍ର ଜେନା, କୁଞ୍ଜବିହାରୀ ଦାସ, ଚନ୍ଦନ କର, ରାସବିହାରୀ ରଣା ପ୍ରମୁଖ ଉପସ୍ଥିତ ହୋଇ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୟୁରଭଂଜର ରୟାଲ ଟାଇଗର ବିଜେତା ହୋଇଥିବା ବେଳେ ବାଲେଶ୍ୱରର ବିଏମ୍ଡବ୍ଲୁ ଟିମ୍ ଉପବିଜେତା ହୋଇ ଯଥାକ୍ରମେ ୩୦ହଜାର ଓ ୨୨ ହଜାର ଟଙ୍କା ନଗଦ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଜାୱରା ଜାର୍ଫା ଆଦିବାସୀ କ୍ଲବର ସଭାପତି ରଘୁ ହାଁସଦା, ସଂପାଦକ ବିଶ୍ୱାନାଥ ହାଁସଦା ଓ କ୍ଳବର ସମସ୍ତ ସଦସ୍ୟ ଖେଳ ପରିଚାଳନା କରିଥିଲେ ।
