ଜଳେଶ୍ୱରରେ ତୂଳସୀ ଦିବସ ପାଳିତ
ଜଳେଶ୍ୱର : ଜଳେଶ୍ୱରର ସମାଜସେବୀ ନରହରି ବେହେରାଙ୍କ ନେତୃତ୍ୱରେ ତୁଳସୀ ପୂଜନ ଦିବସ ପାଳିତ ହୋଇ ଯାଇଛି । ବଡବଜାରଠାରେ ଥିବା ତୂଳସୀ ବଗଚାରେ ତୁଳସୀ ଗଛକୁ ନୂଆବସ୍ତ୍ର, ଧୂପ, ଦ୍ୱୀପ ଦେଇ ବନ୍ଦାପନା କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ତୂଳସୀପତ୍ରର ଉପକାରୀତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ବାଗ, ଅଜିତ୍ କୁମାର ପଣ୍ଡା, ଜୟ ପ୍ରକାଶ ବେହେରା, କୃଷ୍ଣା କୁମାରୀ ବେହେରା, କଳ୍ପନା ଗୁପ୍ତା, ଗୋପାଳ ଗୁପ୍ତା, ନିଧି ଗୁପ୍ତା, ଗୌରବ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
