ବିଜେଡ଼ି ସରକାରର କୁଶାସନ ବିରୁଦ୍ଧରେ ବିଜେପିର ସତ୍ୟାଗ୍ରହ
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଖୋର୍ଦ୍ଧା : ନବୀନ ସରକାର ତାଙ୍କ ଦଳର ଅପରାଧୀ ନେତା ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସମ୍ପୁକ୍ତ ଅପରାଧରେ ସାମିଲ ଥିବା ଲୋକଙ୍କୁ ହତ୍ୟା କରି ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆ ଯାଉଛି, ୨୩ ବର୍ଷରେ ଯେତେ ମହିଳା ଅତ୍ୟାଚାର, ବଳାତ୍କାର, ହତ୍ୟାର ଶୀକାର ହୋଇଛନ୍ତି ଆଜି ପର୍ଯ୍ୟନ୍ତ କେହି ଜଣେ ନ୍ୟାୟ ପାଇନାହାଁନ୍ତି। ଏହା ବ୍ୟତୀତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ରାଜ୍ୟକୁ ନିଶା ରାକ୍ଷସ କବଳକୁ ଠେଲି ଦେବା, ଦୁର୍ନୀତି, କୁଶାସନ, ଦଳିୟ ପ୍ରିୟା ପ୍ରିତୀ, ଗଣତାନ୍ତ୍ରିକ ମୁଲ୍ୟବୋଧର ହତ୍ୟା ଇତ୍ୟାଦି ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଆଜି ସିନେମା ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ଅନୁଷ୍ଠିତ ସୋଇଯାଇଛି। ଉକ୍ତ ପ୍ରତିବାଦ ସତ୍ୟାଗ୍ରହ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି ପ୍ରମୁଖ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଦାଗୀ ମନ୍ତ୍ରୀ ବିଧାୟକଙ୍କୁ ସଂରକ୍ଷଣ, ରାଜ୍ୟରେ ଗଣତନ୍ତ୍ର ବଦଳରେ ଅଫିସର ରାଜ୍, ବିପର୍ଯ୍ୟୟ ଆଇନଶୃଙ୍ଖଳା ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ କାର୍ଯ୍ୟକାରୀଣି ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସଦର ଉପନିର୍ବାଚନ ବିଧାୟକ ପାର୍ଥୀ ମାନସ କୁମାର ଦତ୍ତ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, କାଉନସିଲର ସତ୍ଯଶିବସୁନ୍ଦର ଦାସ, ନିତ୍ଯଗୋପାଲ ସିଂ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ସମ୍ପାଦିକା ପିଙ୍କି ପ୍ରଧାନ, ନଗର ମହିଳା ମୋର୍ଚ୍ଚା ସଭାପତି ସୁସ୍ମିତା ପଣ୍ଡା, ସୁବୋଧ ପଣ୍ଡା, ପିନ୍ଟୁ ପୋଦ୍ଦାର, ପ୍ରବୀର ଶଙ୍କର ଦାସ, ଗୌରାଙ୍ଗ ଦାସ, ଶୋଭାକର ସାହୁ ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ।
