ଆଇପିଏଲ୍ ‘ମିନି-ଅକ୍ସନ୍’ : ଜାଣନ୍ତୁ କେଉଁ ଖେଳାଳୀଙ୍କୁ କେତେ ଦରରେ କିଣିଲା କେଉଁ ଦଳ?
କୋଚି: କେରଳର କୋଚିରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ର (ଆଇପିଏଲ୍) ‘ମିନି-ଅକ୍ସନ୍’ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିଲାମିରେ ଇଂଲଣ୍ଡର ସାମ କୁରାନ୍ ଇତିହାସ ରଚିଛନ୍ତି । ସାମ୍ କୁରାନଙ୍କୁ ପଞ୍ଜାବ କିଙ୍ଗସ୍ ୧୮.୫୦ କୋଟିରେ କିଣିଛି । ଆଇପିଏଲ ଇତିହାସରେ ଏତେ କୋଟିରେ କୌଣସି କ୍ରିକେଟର ବିକ୍ରି ହେବା ପ୍ରଥମ । ୧୮.୫୦ କୋଟିରେ ବିକ୍ରି ହେବା ପରେ ସାମ କୁରେନ୍ ଆଇପିଏଲ୍ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି । କୁରେନ୍ ଦକ୍ଷିଣ ଆଫ୍ରିକା କ୍ରିକେଟର କ୍ରିସ ମୋରିସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏ ପର୍ଯ୍ୟନ୍ତ କ୍ରିସ ମୋରିସ ୧୬.୨୫କୋଟିରେ ବିକ୍ରି ହୋଇ ସବୁଠାରୁ ମହଙ୍ଗା ଖେଳାଳି ଥିଲେ । ତେବେ ଏହି ନିଲାମିରେ ଇଂଲଣ୍ଡ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହେଉଥିବା ବେଳେ କୁରେନଙ୍କ ସହ ହେରି ବ୍ରୁକ୍ ଓ ବେନ୍ ଷ୍ଟୋକ୍ସ ମଧ୍ୟ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ହେରି ବ୍ରୁକଙ୍କୁ ୧୩.୨୫କୋଟିରେ ସନରାଇଜର୍ସ ହାଇଦ୍ରାବାଦ କିଣିଥିବା ବେଳେ ବେନଙ୍କୁ ୧୬.୨୫କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଏହା ସହ ଅଷ୍ଟ୍ରେଲିଆର କ୍ୟାମେରନ୍ ଗ୍ରୀନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୭.୫୦ କୋଟିରେ କିଣିଥିବା ଜଣାପଡ଼ିଛି ।
କରନଙ୍କ ମୂଳ ମୂଲ୍ୟ ଦୁଇ କୋଟି ଟଙ୍କା ରହିଥିଲା। ତାଙ୍କୁ କିଣିବା ଲାଗି ପଞ୍ଜାବ କିଙ୍ଗସ ଓ ଚେନ୍ନଇ ସୁପରକିଙ୍ଗସ ମଧ୍ୟରେ ଟକ୍କର ଲାଗିଥିଲା। ଶେଷରେ ପଞ୍ଜାବ କିଣିବାରେ ସଫଳ ହୋଇଥିଲା। କରନ ଏପର୍ଯ୍ୟନ୍ତ ଆଇପିଏଲରେ ୩୨ଟି ମ୍ୟାଚ ଖେଳି ୨୨.୪୭ ପ୍ରତିଶତ ହାରରେ ୨୩ଟି ଇନିଂସରୁ ୩୩୭ରନ କରିଛନ୍ତି। ଏହାଛଡ଼ା ୩୨ଟି ୱିକେଟ ନେଇଛନ୍ତି। ଏପର୍ଯ୍ୟନ୍ତ ଆଇପିଏଲରେ ଏତେ ଟଙ୍କାରେ କୌଣସି ଫ୍ରାଞ୍ଚାଇଜ୍ ଭାରତୀୟ କିମ୍ବା ବିଦେଶୀ ଖେଳାଳିଙ୍କୁ କିଣି ନଥିଲେ। ଆହତ ସମସ୍ୟା ଲାଗି ଗତ ସିଜିନରେ କରନ୍ ଆଇପିଏଲ ଖେଳିନଥିଲେ। ୨୦୨୧ରେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିଲେ। ଯାହା ଆଇପିଏଲ ଇତିହାସରେ ସର୍ବାଧିକ ଦାମି ଖେଳାଳି ରହିଥିଲେ। ମୁମ୍ବଇ ଇଣ୍ଡିଆନ୍ସ ଅଷ୍ଟ୍ରେଲିଆର ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କୁ ୧୭ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି। ଯାହା ଦ୍ବିତୀୟ ସର୍ବାଧିକ ଦାମି ଖେଳାଳି ରହିଛନ୍ତି। ୨୦୨୨ ଟି୨୦ ବିଶ୍ବକପର ହିରୋ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଚେନ୍ନଇ ସୁପରକିଙ୍ଗସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ଷ୍ଟୋକସଙ୍କୁ କିଣିବା ଲାଗି କଲକାତା ନାଇଟ୍ ରାଇଡର୍ସ ଉଦ୍ୟମ କରି ବିଫଳ ହୋଇଥିଲା। । ୱେଷ୍ଟଇଣ୍ଡିଜର ନିକୋଲାସ ପୁରନଙ୍କୁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ଗତ ସିଜିନରେ ପୁରନ ସନରାଇଜର୍ସ ହାଇଦରାବାଦରେ ଥିଲେ। ସେହିପରି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ୍ଙ୍କୁ ସନରାଇଜର୍ସ ହାଇଦରାବାଦ୍ ୧୩କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ବ୍ରୁକ୍ଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା। ପୂର୍ବତନ ସନରାଇଜର୍ସ ହାଇଦରାବାଦ୍ ଅଧିନାୟକ କେନ୍ ୱିଲିୟମସନଙ୍କୁ ଗୁଜରାଟ ଟାଇଟନ୍ସ ୨ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଅନରିଚ କ୍ଲାସେନଙ୍କୁ ସନରାଇଜର୍ସ ହାଇଦରାବାଦ୍ ୫ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍ଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି, ବାଂଲାଦେଶ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ କଲକାତା ନାଇଟ୍ ରାଇଡର୍ସ ୧କୋଟି ୫୦ ଲକ୍ଷ, ୱେଷ୍ଟଇଣ୍ଡିଜର ଆକେଲ ହୋସେନଙ୍କୁ ସନରାଇଜର୍ସ ହାଇଦରାବାଦ୍ ୧ କୋଟି ,ଅଷ୍ଟ୍ରେଲିଆର ଆଡାମ ଜାମ୍ପାକୁ ରାଜସ୍ଥାନ ରୟାଲ୍ସ ୧ କୋଟି ୫୦ ଲକ୍ଷ, ଗତ ସଂସ୍କରଣରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ ପାଇଁ ଖେଳିଥିବା ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଜାସନ ହୋଲଡରଙ୍କୁ ରାଜସ୍ଥାନ ରୟାଲ୍ସ ୫ କୋଟି୭୫ ଲକ୍ଷ ଟଙ୍କାରେ,ଜିମ୍ବାୱେର ସିକନ୍ଦର ରାଜାଙ୍କୁ ପଞ୍ଜାବ କିଙ୍ଗ୍ସ ଓ ୱେଷ୍ଟଇଣ୍ଡିଜ୍ର ଓଡେନ ସ୍ମିଥ୍ଙ୍କୁ ଗୁଜରାଟ ଟାଇଟନ୍ସ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ରିଲି ରୋସେଙ୍କୁ କୌଣସି ଫ୍ରାଞ୍ଚାଇଜ୍ କ୍ରୟ କରିନାହାନ୍ତି।
ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କୁ ସନରାଇଜର୍ସ ହାଇଦରାବାଦ ୮ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ମୟଙ୍କଙ୍କୁ ପଞ୍ଜାବ କିଙ୍ଗ୍ସ ଛାଡିଥିବାବେଳେ ମୂଳ ମୂଲ୍ୟ ୧ କୋଟି ଟଙ୍କା ରହିଥିଲା। ଭାରତୀୟଙ୍କ ମଧ୍ୟରେ ଦ୍ରୁତ ବୋଲର ଶିଭମ ମାଭିଙ୍କୁ ଗୁଜରାଟ ଟାଇଟାନ୍ସ ୬ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ମାଭିଙ୍କୁ ମୂଳ ମୂଲ୍ୟ ୪୦ ଲକ୍ଷ ଟଙ୍କା ରହିଥିଲା। ଜମ୍ମୁ କଶ୍ମୀରର ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ ବିଭ୍ରାନ୍ତ ଶର୍ମାଙ୍କୁ ସନରାଇଜର୍ସ ହାଇଦରାବାଦ୍ ୨ କୋଟି ୬୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଓ ଇଶାନ୍ତ ଶର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ଅଜିଙ୍କ୍ୟ ରାହାଣେଙ୍କୁ ପଞ୍ଜାବ କିଙ୍ଗ୍ସ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି।
ବିକ୍ରି ହୋଇଥିବା ପ୍ରମୁଖ ଖେଳାଳି :
କେନ୍ ୱିଲିୟମ୍ସନ୍ (ନ୍ୟୁଜିଲ୍ୟାଣ୍ଡ) – ୨କୋଟି, ଗୁଜରାଟ ଟାଇଟାନ୍ସ (ବେସ୍ ପ୍ରାଇସ – ୨କୋଟି), ହେରି ବ୍ରୁକ୍ (ଇଂଲଣ୍ଡ) – ୧୩.୨୫ କୋଟି, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ପ୍ରାଇସ -୧.୫ କୋଟି), ମୟଙ୍କ ଅଗ୍ରୱାଲ (ଭାରତ) – ୮.୨୫ କୋଟି, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ପ୍ରାଇସ – ୧ କୋଟି), ଆଜିଙ୍କ୍ୟ ରାହାଣେ (ଭାରତ) – ୫୦ଲକ୍ଷ, ଚେନ୍ନାଇ ସୁପର କିଙ୍ଗ୍ସ (ବେସ୍ ପ୍ରାଇସ – ୫୦ଲକ୍ଷ), ସାମ୍ କୁରାନ୍ (ଇଂଲଣ୍ଡ) – ୧୮.୫୦ କୋଟି, ପଞ୍ଜାବ କିଙ୍ଗସ୍ (ବେସ୍ ପ୍ରାଇସ – ୨ କୋଟି), ଓଡିଅନ୍ ସ୍ମିଥ୍ (ୱେଷ୍ଟଇଣ୍ଡିଜ) – ୫୦ଲକ୍ଷ, ଗୁଜରାଟ ଟାଇଟାନ୍ସ (ବେସ୍ ପ୍ରାଇସ – ୫୦ଲକ୍ଷ), ସିକନ୍ଦର ରଜା (ଜିମ୍ବାୱେ) – ୫୦ଲକ୍ଷ, ପଞ୍ଜାବ କିଙ୍ଗ୍ସ (ବେସ୍ ପ୍ରାଇସ ୫୦ଲକ୍ଷ), ଜେସନ୍ ହୋଲ୍ଡର୍ (ୱେଷ୍ଟଇଣ୍ଡିଜ୍) -୫.୭୫ କୋଟି, ରାଜସ୍ଥାନ ରୟାଲ୍ସ (ବେସ୍ ପ୍ରାଇସ ୨ କୋଟି), କ୍ୟାମେରନ୍ ଗ୍ରୀନ୍ (ଅଷ୍ଟ୍ରେଲିଆ) – ୧୭.୫୦ କୋଟି, ମୁମ୍ବାଇ ଇଣ୍ଡିଆନ୍ସ (ବେସ୍ ପ୍ରାଇସ – ୨କୋଟି), ବେନ୍ ଷ୍ଟୋକ୍ସ (ଇଂଲଣ୍ଡ) – ୧୬.୨୬କୋଟି, ଚେନ୍ନାଇ ସୁପର କିଙ୍ଗ୍ସ (ବେସ୍ ପ୍ରାଇସ – ୨ କୋଟି), ନିକୋଲସ୍ ପୁରନ୍ (ୱେଷ୍ଟଇଣ୍ଡିଜ୍) – ୧୬କୋଟି, ଲକ୍ଷ୍ନୌ ସୁପର ଜିଆଂଟସ୍ (ବେସ୍ ପ୍ରାଇସ – ୨ କୋଟି), ହେନେରିକ କ୍ଲାସେନ୍ (ଦକ୍ଷିଣ ଆଫ୍ରିକା) – ୫.୨୫ କୋଟି, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ପ୍ରାଇସ -୧ କୋଟି), ଫିଲ୍ ସଲ୍ଟ (ଇଂଲଣ୍ଡ) – ୨ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ (ବେସ୍ ପ୍ରାଇସ – ୨ କୋଟି), ଜୟଦେବ ଉନାଦକଟ (ଭାରତ) – ୫୦ଲକ୍ଷ, ଲକ୍ଷ୍ନୌ ସୁପର ଜିଆଂଟସ୍ (ବେସ୍ ପ୍ରାଇସ ୫୦ଲକ୍ଷ), ରିସେ ଟାପଲି (ଇଂଲଣ୍ଡ) – ୧.୯୦ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ବେସ୍ ପ୍ରାଇସ – ୧.୯୦ କୋଟି), ଜାଇଲ ରିଚାର୍ଡସନ (ଅଷ୍ଟ୍ରେଲିଆ) – ୧.୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ (ବେସ୍ ପ୍ରାଇସ ୧.୫୦ କୋଟି), ଇଶାନ୍ତ ଶର୍ମା (ଭାରତ) – ୫୦ଲକ୍ଷ, ଦିଲ୍ଲୀ ରାଜଧାନୀ (ବେସ୍ ପ୍ରାଇସ ୫୦ଲକ୍ଷ), ଆଦିଲ ରସିଦ (ଇଂଲଣ୍ଡ) – ୨କୋଟି, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ପ୍ରାଇସ ୨କୋଟି), ମୟଙ୍କ ମାର୍କେଣ୍ଡେୟ (ଭାରତ) – ୫୦ଲକ୍ଷ, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ମୂଲ୍ୟ ୫୦ଲକ୍ଷ), ଶେଖ ରସିଦ (ଭାରତ) – ୨୦ଲକ୍ଷ, ଚେନ୍ନାଇ ସୁପର କିଙ୍ଗସ୍ (ବେସ୍ ମୂଲ୍ୟ ୨୦ଲକ୍ଷ), ବିବରାନ୍ତ ଶର୍ମା (ଭାରତ) – ୨.୬୦ କୋଟି, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ମୂଲ୍ୟ ୨୦ଲକ୍ଷ), ସମର୍ଥ ବ୍ୟାସ (ଭାରତ) – ୨୦ଲକ୍ଷ, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ମୂଲ୍ୟ ୨୦ଲକ୍ଷ), ସନବୀର ସିଂ (ଭାରତ) – ୨୦ଲକ୍ଷ, ସନରାଇଜର୍ସ ହାଇଦ୍ରାବାଦ (ବେସ୍ ମୂଲ୍ୟ ୨୦ଲକ୍ଷ) ଟଙ୍କାରେ କିଣିଥିବା ଜଣାପଡ଼ିଛି ।
