ପ୍ରଧାନମନ୍ତ୍ରୀ କଲିକତାରୁ ପୂର୍ବ ଭାରତର ପ୍ରଥମ ବନ୍ଦେ ଭାରତକୁ ସବୁଜ ପତାକା ଦେଖାଇବେ
କଲିକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ କଲିକତାରେ ପହଞ୍ଚିବେ । ସେ ପୂର୍ବ ଭାରତର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇବେ । ଏହା ହାଓଡ଼ାରୁ ନିଉ ଜଲପାଇଗୁଡ଼ି ପର୍ଯ୍ୟନ୍ତ ଯାତ୍ରା କରିବ । ରେଳ ମନ୍ତ୍ରଣାଳୟର ଏକ ସୂତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛି । ସେ କଲିକତାର ତୃତୀୟ ମେଟ୍ରୋ ଲାଇନକୁ ମଧ୍ୟ ଉଦ୍ଘାଟନ କରିବେ ।
