୩ ଦିନିଆ ଇଡି ରିମାଣ୍ଡରେ ଜଗବନ୍ଧୁ ଚାନ୍ଦ
ଭୁବନେଶ୍ୱର : ବହୁଚର୍ଚିତ ହନି ଟ୍ରାପ ଓ ବ୍ଲାକ ମେଲିଂ ମାମଲା ସହ ଜଡିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ଗିରଫ କରିଛି । ଏହାସହ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ୩ ଦିନିଆ ରିମାଣ୍ଡରେ ନେଇଛି । ସୂଚନା ଅନୁସାରେ ରିମାଣ୍ଡ ପାଇଁ ଇଡି ୫ ଦିନର ଆବେଦନ କରିଥିଲା । କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି । ରିମାଣ୍ଡ ଅବଧି ଶେଷ ହେଲା ପରେ ଜଗବନ୍ଧୁଙ୍କୁ ଇଡି ଡିସେମ୍ବର ୨୬ ତାରିଖରେ କୋର୍ଟରେ ହାଜର କରିବ । ସୂଚନାଯୋଗ୍ୟ, ଜଗବନ୍ଧୁଙ୍କୁ ଇଡି ପ୍ରଥମ ପର୍ଯ୍ୟାୟରେ ୯ ଦିନ ପାଇଁ ରିମାଣ୍ଡରେ ନେଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଲେକ୍ଟ୍ରୋନିକ ଗ୍ୟାଜେଟ ସମ୍ପର୍କରେ ପଚରାଉଚରା କରାଯିବ । ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି ।
