ବିଦ୍ୟୁତ୍ ସଂଯୋଗ ହୋଇନି, ଆସିଛି ହଜାର ଟଙ୍କାର ଉର୍ଦ୍ଧ୍ୱ ବିଲ୍
କୋରାଇ : ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତ ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଶଙ୍କର୍ଷଣ ଲେଙ୍କା ଘରେ ମିଟର ଲାଗିଛି କିନ୍ତୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିବା ସତ୍ୱେ ଆସିଛି ହଜାର ଟଙ୍କାରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ବିଲ୍ । ବିଦ୍ୟୁତ୍ ବିଭାଗର ଏଭଳି ଜୁଲମ୍ ଦେଖିବାକୁ ମିଳିଛି । ଶଙ୍କର୍ଷଣ ଲେଙ୍କା ଘରେ ବିଦ୍ୟୁତ୍ ସଂଯୋଗ ନଥବାରୁ ୨ ବର୍ଷ ତଳେ ପାଣିକୋଇଲି ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିଲେ । ଫଳରେ ତାଙ୍କୁ ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇ ଥିଲା । ତାଙ୍କ ଘରକୁ ତାର ଟାଣି ମିଟର ବସାଇଥିଲେ ହେଁ ଖୁଂଟରୁ ବିଦ୍ୟୁତ୍ ସଂଯୋଗ କରାଯାଇ ନଥିଲା । ଏସବୁ ସତ୍ୱେ ତାଙ୍କ ନିକଟକୁ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ବିଦ୍ୟୁତ୍ ବିଲ୍ ଆସିଛି । ଏନେଇ ଶଙ୍କର୍ଷଣ ପାଣିକୋଇଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଦ୍ୟୁତ ଅଧିକାରୀଙ୍କୁ ଭେଟି ତାଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ କରିବା ସହ ବିଲ୍ ଛାଡ଼ କରିବାକୁ ଦାବି କରିଛନ୍ତି ।
