ଅମୃତିଆ ଶିଶୁ ମନ୍ଦିର ପରିସରରେ ଚକ୍ଷୁ ଚିକିତ୍ସା ଶିବିର
କୋରାଇ : କୋରାଇ ବ୍ଳକ ଅନ୍ତର୍ଗତ ଅମୃତିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ହରପ୍ରୀୟା ମହାରଣା ଓ ନିବେଦିତା ସାହୁଙ୍କ ଆୟୋଜନ କ୍ରମେ ଏହି ଶିବିରରେ ୩୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଇବା ପାଇଁ ନିଆଯାଇଥିଲା । ଚକ୍ଷୁ ମାନବ ଶରୀରର ସର୍ବଶ୍ରେଷ୍ଠ ଅଙ୍ଗ ହୋଇଥିବାବେଳେ ଯେଉଁମାନଙ୍କ ଚକ୍ଷୁରେ ମୋତିଆ ବିନ୍ଦୁ ଭଳି ସମସ୍ୟା ରହିଛି ତାହା କଭଳି ଠିକ୍କରି ହେବ ସେଥିପାଇଁ ପରିଚାଳନା କମିଟି, ଶୈଖିକ କମିଟି, ମାତୃଭାରତୀର ସମସ୍ତ ସଭ୍ୟଙ୍କ ଗୁରୁଜୀ/ଗୁରୁମାମାନେ ଉପସ୍ଥିତ ରହି ଏହି ଶିବିରକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ କେଶବ ପରିଡ଼ା, ପ୍ରଶନ୍ନ ସାମଲ, ଜୟନ୍ତୀ ସାହୁ, ପଦ୍ମଲୋଚନ ମଲ୍ଲିକ, ଅମୃତିଆ ଶିଶୁ ମନ୍ଦିରର ସଭାପତି ନଟବର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
