ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ
ଖୋର୍ଦ୍ଧା : ଦୁର୍ବୁତମାନେ ବଜାରରେ ଥିବା ଏକ ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।ତେବେ ଏଟିଏମ ଲୁଟ ଘଟଣାରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ନାଚୁଣୀ ବଜାରରେ ଥିବା ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଦୁର୍ବୃତମାନେ ମେସିନ ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ଏଚଡ଼ିଏଫସି ବ୍ୟାଙ୍କ ନୂଆଦିଲ୍ଲୀରୁ ବାଣପୁର ଥାନାରେ ସୂଚନା ଦିଆଯାଇଛି ।ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟାଙ୍କର ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏଟିଏମକୁ ଲୁଟେରାମାନେ କିପରି ଭାଙ୍ଗି ଲୁଟିଲେ । ଫଳରେ ବ୍ୟାଙ୍କ ଏହି ଲୁଟର ସିଗନାଲ କିପରି ପାଇପାରିଲା ନାହିଁ ।ତାହା ବାଣପୁର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲୁଟେରାମାନେ ଲୁଟ କରି ଫେରିବା ସମୟରେ ସ୍ଥାନୀୟ ଅଂଚଳର ରାତ୍ରି ଜଗୁଆଳିଙ୍କୁ ମଧ୍ୟ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଲୁଟ ପରେ ବାଣପୁର ପୋଲିସ ଏଟିଏମକୁ ନିଜ ହେପାଜତକୁ ନେଇଛି । ଏପରିକି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ନେଇ ବାଣପୁର ଥାନାଧିକାରୀ ସୂଚନା ଦେଇଛନ୍ତି ।
