ଲୁଟେରାଙ୍କ ଟାର୍ଗେଟ୍ରେ ରାଜ୍ୟ ରାଜପଥ; ପୋଲିସ ପେଟ୍ରୋଲିଂ ପାଇଁ ଉପଜିଲାପାଳଙ୍କୁ ଚିଠି ଲେଖିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ୧୯ନଂ. ରାଜ୍ୟ ରାଜପଥ ସେରଗଡ଼, ଭାୟା ନୀଳଗିରି, କପ୍ତିପଦା, ରାସ୍ତାର ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଭାଲୁକାଶୁଣି ଅଞ୍ଚଳ ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗତ ୨୦ତାରିଖରେ ମାଟିଆଳି ଅଞ୍ଚଳର ବାପପୁଅଙ୍କ ଠାରୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମରଣାନ୍ତକ ଆକ୍ରମଣ କରି ଲୁଟେରାମାନେ ଲୁଟି ନେବା ଏହାର ଉଦାହରଣ । ଏଥିନିମନ୍ତେ ଉକ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ପାଇଁ ଉପ-ଜିଲାପାଳଙ୍କୁ ଚିଠି ଲେଖିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ।
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ବାହାର ଜିଲା ଓ ରାଜ୍ୟର ପର୍ଯ୍ୟଟକମାନେ ଏଇ ରାସ୍ତା ଦେଇ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଯାଉଥିବା ବେଳେ ସଦାସର୍ବଦା ଆଶା ଆଶଙ୍କାରେ ରହୁଛନ୍ତି । କେତେବେଳେ ଯେ ଅଘଟଣ ନ ଘଟିବ ତାହା କହିହେବ ନାହିଁ । ସଜନାଗଡ଼ରୁ ଗରଡ଼ିହି ଛକ ଏବଂ ଭାଲୁକାଶୁଣି ଛକରୁ ରାସ୍ତାଟି ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ମଧ୍ୟରେ ହୋଇଥିବାରୁ ବାରମ୍ବାର ଉକ୍ତ ଅଞ୍ଚଳରେ ଲୁଟେରା ଟାର୍ଗେଟ କରିବା ସହ ରାହାଜାନି, ଛିନତାଇ, ବସଲୁଟ , ମର୍ଡର ଭଳି ସମସ୍ୟା ପୂର୍ବରୁ ଘଟିଛି । ନୀଳଗିରି ପୋଲିସ ଏବଂ ବରହମପୁର ପୋଲିସର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ସଠିକ୍ ପୋଲିସ ପେଟ୍ରୋଲିଂ ଅଭାବ କାରଣରୁ ଉକ୍ତ ଅଞ୍ଚଳ ଏବେ ଅସୁରକ୍ଷିତ ହୋଇପଡ଼ିଛି । ଫଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି । ଏନେଇ ଗୁରୁବାର ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକଙ୍କୁ ତାଙ୍କ ଅଫିସରେ ଭେଟି ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ ପାଇଁ ଦିବାରାତ୍ର ଦେଇଛନ୍ତି । ଚିଠିରେ ଉଭୟ ପୋଲିସ ଷ୍ଟେସନର ସର୍ବନିମ୍ନ ୨ଜଣ ଲେଖାଏଁ ଗୃହରକ୍ଷୀ ନିଯୁକ୍ତି ପାଇଁ ନିବେଦନ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ପଥଚାରୀ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ଯଥାଶୀଘ୍ର ନୀଳଗିରି ଉପ-ଜିଲାପାଳ ଘଟଣାକୁ ଗୁରୁତ୍ୱ ଦେଇ ଦିବାରାତ୍ର ପେଟ୍ରୋଲିଂ ପାଇଁ ବ୍ୟବସ୍ଥା କରିବାକୁ ନୀଳଗିରି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଚିଠି ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧ୍ୟକ୍ଷାଙ୍କ ସହ ସମାଜସେବୀ ତଥା ରିଜର୍ଭବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ମଦନମୋହନ ମାଝୀ ଉପସ୍ଥିତ ଥିଲେ ।
