‘ମୋତେ ଭଲ ଲାଗେ ମୋ ଗାଁ’ ପ୍ରବନ୍ଧ ପ୍ରତିଯୋଗୀତାର ପୁରସ୍କାର ବିତରଣ
ରେମୁଣା : ବାଲେଶ୍ୱରର ଅଗ୍ରଣୀ ସାମାଜିକ ସଂଗଠନ ବିଶ୍ୱାସ ପକ୍ଷରୁ ରେମୁଣା ସରକାରୀ ବିଦ୍ୟାଳୟରେ ‘ଆମ ମାଟିର ମହକ’ ଉପକ୍ରମରେ ହୋଇଥିବା ‘ମୋତେ ଭଲଲାଗେ ମୋ ଗାଁ’ ପ୍ରବନ୍ଧ ପ୍ରତିଯୋଗୀତାର ପୁରସ୍କାର ବିତରଣୀ ସଭା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ସଙ୍ଗଠନ ଦ୍ୱାରା କରାଯାଉଥିବା ଏହିଭଳି କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହିତ ପିଲାମାନଙ୍କୁ ଭଲ ପାଠ ପଢ଼ି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ । ଗାଁମାନଙ୍କରେ ଲୁଚି ଯାଉଥିବା କଳା, ସଂସ୍କୃତି, ଲୋକକଥା, ପରମ୍ପରା, ଖାଦ୍ୟ ଆଦିକୁ ଲୋକଲୋଚନକୁ ଆଣିବା ପାଇଁ ସଂଗଠନ ଦ୍ୱାରା କରାଯାଇଥିବା ଏଭଳି ଏକ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସଂଗଠନର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପରିଡ଼ା, ସଦସ୍ୟାସଦସ୍ୟ ତଥା ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ ।
