ବ୍ଲକସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ଔପଦା : ଔପଦା ବ୍ଲକସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବକୁ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାକର ସାହୁ ଉଦ୍ଘାଟନ କରିଥିଲେ । ବ୍ଲକ ଶିକ୍ଷାଅଧିକାରୀ ନାରାୟଣ ଦାସଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ମୁନି ସିଂ, ଏବିଓ ରତ୍ନାକର ଦାସ, ସୀତା ହାଁସଦା, ଔପଦା ନୋଡ଼ାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାସ, ଖେଳ ଶିକ୍ଷକ ମଦନ ମୋହନ ପତି ଯୋଗ ଦେଇଥିଲେ । ଶିକ୍ଷକ ସୁଶାନ୍ତ କୁମାର ନାୟକ ଅତିଥି ପରିଚୟ, ଶିକ୍ଷକ ସୁରେନ୍ଦ୍ର ପ୍ରସାଦ ବେହେରା, ସିଆର୍ସିସି ସତ୍ୟରଞ୍ଜନ ମଲ୍ଲିକ ପରିଚାଳନା କରିଥିଲେ । ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ କ୍ରୀଡ଼ା ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ଏହି ଖେଳ ଔପଦା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ।
