କରୋନା ନେଇ ଆସନ୍ତା କାଲି ଆୟୋଜିତ ହେବ ଉଚ୍ଚ ସ୍ତରୀୟ ବୈଠକ କୋଭିଡ ସ୍ଥିତିକୁ ନେଇ କଣ ଆବଶ୍ୟକୀୟ ପଦକ୍ଷେପ ନିଆ ଯିବ ସେ ନେଇ ହେବ ଆଲୋଚନା
ଭୁବନେଶ୍ୱର : କରୋନା ନେଇ ଶୁକ୍ରବାର ଆସନ୍ତାକାଲି ଦିନ ୧୨.୩୦ ରେ ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ କୋଭିଡ ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ ତାହା ଉପରେ ବୈଠକ ହେବ । ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଓ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତୃପକ୍ଷ ବୈଠକରେ ସାମିଲ ହେବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି । ବିଶେଷ କରି ଗହଳି ସମୟରେ ମାକ୍ସ ପିନ୍ଧିବାକୁ ନ ଭୁଲିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥନ୍ତି ଯେ ସେପ୍ଟମ୍ବର ୩୦ ରେ ଯେଉଁ ଭାରିଏଣ୍ଟ ଜଣକ ପାଖେ ଚିହ୍ନଟ ହୋଇଥିଲା । ଏହା ପରେ ଏହି ବି୭ ଭାରିଏଣ୍ଟର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଭୟଭୀତ ହେବାର ଆବଶ୍ୟକ ନାହିଁ । ଚୀନ ରେ ଏହ ବ୍ୟାପୁଛି, ତାହା ନୁହେଁ ଯେ ଭାରତରେ ସେହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ । ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ । ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ । ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ ସଚେତନ ହୁଅନ୍ତୁ, ଅଯଥା ଗହଳି କରନ୍ତୁ ନାହିଁ । ଗହଳିକୁ ଗଲେ ମାସ୍କ ପିନ୍ଧନ୍ତୁ । ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ । ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର କରୁଛନ୍ତି ତାହା ଜାରି ରହିବ । ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ ।
