ଓଡିଶା ବ୍ରିଗେଡ଼ ସ୍କୁଲ ର ବାର୍ଷିକ କ୍ରୀଡ଼ା ଉତ୍ସବ
କେନ୍ଦୁଝର : ନରଣପୁର ସ୍ଥିତ ଓଡିଶା ବ୍ରିଗେଡ଼ ସ୍କୁଲ ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ଶକୁନ୍ତଳା ମହାନ୍ତ କ୍ରୀଡା ମଶାଲ ପ୍ରଜ୍ୱଳିତ କରି ଶୁଭ ଉଦଘାଟନ କରିଥିଲେ । କ୍ରୀଡା ଓ ଖେଳକୁଦ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ଏହାପରେ ସ୍କୁଲର କ୍ରୀଡ଼ାବିତ ମାନେ ମଶାଲ ଶୋଭାଯାତ୍ରାରେ ନରଣପୁର ପରିକ୍ରମା କରିଥିଲେ । ଏହା ପରେ ପିଲାମାନଙ୍କୁ ସିନିୟର, ଜୁନିୟର ଓ ସବଜୁନିୟର ବିଭିନ୍ନ ବିଭାଗରେ ବିଭାଗୀକରଣ କରି ସେମାନଙ୍କ ମଧ୍ୟରେ ଦୌଡ଼, ଲମ୍ବ ଡିଆଁ, ଆଳୁ ଚାମଚ, ମ୍ୟୁଜିକ ଚେୟାର, ଗଣିତ ଦୌଡ଼, ସଟ ଫୁଟ ଥ୍ରୋ, ବାସ୍କେଟ ବଲ ଆଦି ଖେଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ମହାନ୍ତ ଙ୍କ ନେତୃତ୍ୱରେ ଶିକ୍ଷୟିତ୍ରୀ ପାର୍ବତୀ ଗିରି, ପ୍ରଭାସିନୀ ମହାନ୍ତ, ମାମା ମହାନ୍ତି, ବନିତା ରାଣୀ ଦାସ ଓ ଶିକ୍ଷକ ଗତିକୃଷ୍ଣ ମହାନ୍ତ, ରତିରଂଜନ ମହାନ୍ତ ପରିଚାଳନା କରିଥିଲେ ।
