୧୧ନମ୍ବର ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନ କେବେ
ପୁରୀ : ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜିଲ୍ଲା ପରିଷଦର ପୂର୍ବତନ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ପରେ ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିଲା । ମୃତ୍ୟୁ ହେବାର ୩ ମାସରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଏହାକୁ କାହା ଚାପରେ ନିର୍ବାଚନ ତାରିଖ ଘୋଷଣା କରାଯାଉନାହିଁ, ତାକୁ ନେଇ ଅଂଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୧ ନମ୍ବର ଜୋନ୍ ଅଧୀନରେ ୮ଟି ଗ୍ରାମପଂଚାୟତର ପ୍ରାୟ ୩୦ ହଜାର ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏହି ଜୋନରେ ବନ୍ତଳୀ ଗାଁ, ନୂଆପଡ଼ା, ଗଣେଶ୍ୱରପୁର, ଇତିଭୁଆଁ, ଗଡ଼ଭିଂଗୁରା, ଖୋଲମରା, ରାହାଙ୍ଗଡ଼ା, ଅଣ୍ଡେରା ଇଚ୍ଛାପୁର ଗ୍ରାମ ପଂଚାୟତ ରହିଛି । ଶ୍ରୀ ସାହୁଙ୍କ ମୃତ୍ୟୁ ପରେ ନେତାଙ୍କ ଚାପରେ ଏହି ନିର୍ବାଚନ ତାରିଖ ଘୋଷଣା କରାଯାଉନାହିଁ ବୋଲି ଆଲୋଚନା ହେଉଛି । ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପରିଷଦ ନିର୍ବାଚନ କରିବାପାଇଁ ସାଧାରଣରେ ଦାବି ହେଉଛି ।
