ବାରିପଦା ଠାରେ ଓଡ଼ିଶାର ଦିତୀୟ ଫାୟର ପାର୍କର ଲୋକାର୍ପଣ
ବାରିପଦା : ଓଡ଼ିଶାର ଦିତୀୟ ଫାୟର ପାର୍କ ଭୁବନେଶ୍ୱର ପରେ ବାରିପଦା ଠାରେ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଅତିଥି ଭାବରେ ଯୋଗଦେଇ ଲୋକାର୍ପଣ କରିଛନ୍ତି । ରାଜାରାଜୁଡ଼ା ସମୟରୁ ବ୍ୟବହୃତ ଅଗ୍ନିଶମ ବିଭାଗର କାର୍ଯ୍ୟଳୟକୁ ରୂପାନ୍ତରଣ କରି ଫାୟାର ସଂଗ୍ରହାଳୟ ଓ ଫାୟାର ପାର୍କରେ ପରିବର୍ତନ କରାଯାଉଥିବା ବେଳେ, ସର୍ବପୁରାତନ ଅଗ୍ନିଶମ କାର୍ଯ୍ୟାଳୟ ବାରିପଦାର ବେଲଗଡ଼ିଆ ଠାରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । ଏଥିରେ ଅଗ୍ନି ନିରାପତା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସରଂଜାମ ଗୁଡ଼ିକ ସାଧାରଣ ଲୋକଙ୍କ ପ୍ରଦର୍ଶନ ପାଇଁ ରଖାଯାଇଛି । ଘରେ, ବାହାରେ ଏପରିକି ଆକସ୍ମିକ ଭାବେ ଅଗ୍ନି କିମ୍ବା କୌଣସି ଦୈବି ଦୁର୍ବିପାକ ହେଲେ କିଭଳି ନିଜକୁ ସୁରକ୍ଷିତ ରଖିପାରିବା ସେ ନେଇ ଛାତ୍ର ଛାତ୍ରୀ, ଯୁବକ,ମହିଳା ଓ ଏସଏଚଜି ମାନଙ୍କୁ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ସହ ସର୍ବସାଧାରଣ ବିନା କୌଣସି ମୂଲ୍ୟରେ ଏହି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଅଗ୍ନି ନିରାପତା ଓ ଆପାତ କାଳୀନ ସେବା ବିଷୟରେ ଜ୍ଞାନ ନେଇପାରିବେ ବୋଲି ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି ।
