ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ପୋଲିସ ଦ୍ୱାରା ୯୮ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ପୋଲିସ ମୟୁରଭଞ୍ଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୯୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଏହା ସହିତ ଗାଡି ଚେକିଂ ବେଳେ ନିୟମ ଉଲଙ୍ଘନ କାରୀଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଉଅଛି । ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ ୪ ଜଣଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରେ ୪ ଜଣଙ୍କ ନାମରେ ୪ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି ବୋଲି ଏ ସଂପର୍କରେ ମୟୁରଭଞ୍ଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
