ଦ୍ୱିତୀୟ ଟେଷ୍ଟ : ବିଜୟ ଲକ୍ଷ୍ୟରେ ଭାରତ, ୧୬ ଓଭର୍ ସୁଦ୍ଧା ବାଂଲାଦେଶ ୩୯/୨
ଢାକା : ଆଜିଠୁ ଭାରତ-ବାଂଲାଦେଶ ୨ୟ ଟେଷ୍ଟ ମ୍ୟାଚ୍ । ମୀରପୁରରେ ଥିବା ‘ଶେର୍-ଏ-ବାଂଲା ନ୍ୟାସ୍ନାଲ୍ ଷ୍ଟାଡିୟମ୍’ରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ମ୍ୟାଚ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ ଥିବାବେଳେ ବିଜୟ ପାଇଁ ବାଂଲାଦେଶ ମଧ୍ୟ ପ୍ରୟାସ କରିବ । ଏହି ପରିପ୍ରେକ୍ଷୀରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଙ୍ଗ୍ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବୋଲିଂ କରିବ ଭାରତ । ବାଂଲାଦେଶ ତରଫରୁ ଓପେନର୍ ଭାବେ ନାଜମୁଲ୍ ହୋସେନ୍ ଶାନ୍ତୋ ଓ ଜାକିର୍ ହସନ୍ ଆସିଥିଲେ। ସଦ୍ୟତମ ସୂଚନା ଅନୁସାରେ, ୧୬ ଓଭର୍ ସୁଦ୍ଧା ୨ ୱିକେଟ୍ ହରାଇ ବାଂଲାଦେଶ ୩୯ ରନ୍ ସଂଗ୍ରହ କରିଛି। ନାଜମୁଲ୍ ହୋସେନ୍ ଶାନ୍ତୋ ୨୪ ରନ୍ ଓ ଜାକିର୍ ହସନ୍ ୧୫ ରନ୍ କରି ଆଉଟ ହୋଇଛନ୍ତି । ପଡିଆରେ ମୋମିନୁଲ ଓ ଅଧିନାୟକ ଶକିବ୍ ଅଲ୍ ହସନ୍ ବ୍ୟାଟିଂ ଜାରି ରଖିଛନ୍ତି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ଜୟଦେବ ଉନାଦକଟ ୧ଟି ଲେଖାଏଁ ଉଇକେଟ ହାସଲ କରିଛନ୍ତି ।
ବାଂଲାଦେଶ ଟିମ୍ : ନାଜମୁଲ୍ ହୋସେନ୍ ଶାନ୍ତୋ, ଜାକିର୍ ହସନ୍, ମୋନିନୁଲ୍ ହକ୍, ଲିଟ୍ଟନ୍ ଦାସ, ମୁଶ୍ଫିକର୍ ରହିମ୍, ଶକିବ୍ ଅଲ୍ ହସନ୍ (ଅଧିନାୟକ), ନୁରୁଲ୍ ହସନ୍ (ୱିକେଟ୍ ରକ୍ଷକ), ମେହିଦୀ ହସନ୍ ମିର୍ଜା, ତୈଜୁଲ୍ ଇସ୍ଲାମ୍, ଖାଲେଦ୍ ଅହମଦ୍, ଓ ତାସ୍କିନ୍ ଅହମଦ୍।
ଭାରତୀୟ ଟିମ୍ : କେ. ଏଲ୍. ରାହୁଲ୍ (ଅଧିନାୟକ), ଶୁବମନ୍ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍ରକ୍ଷକ), ଶ୍ରେୟସ୍ ଆୟର୍, ଅକ୍ଷର ପଟେଲ୍, ରବିଚନ୍ଦ୍ରନ୍ ଅଶ୍ବିନ୍, ଜୟଦେବ ଉନାଦକଟ, ଉମେଶ ଯାଦବ ଓ ମହମ୍ମଦ ସିରାଜ।
