ଜାନୁଆରୀ ୧୭ ରୁ ବସ୍ ଧର୍ମଘଟ ଚେତାବନୀ
ଭୁବନେଶ୍ୱର : ଜାନୁଆରୀ ୧୭ ରୁ ବସ୍ ଧର୍ମଘଟ ଧମକ ଦେଇଛି ଘରୋଇ ବସ୍ ମାଲିକ ସଂଘ । ସ୍କ୍ରାପ୍ ପଲିସି ଉଚ୍ଛେଦ ସହ ୮ ଦଫା ଦାବି କରିଛି ସଂଘ । ଜାନଆରୀ ୧୬ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ରୁ ଗଡ଼ିବନି ବସ୍ । ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ୮ ଦଫା ଦାବି ପୂରଣ ନେଇ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ କମିଶନର ବସ ଚଲେଇବା ପାଇଁ ନିର୍ଦ୍ଧାରଣ କରିଥିବା ସମୟସୀମା ଅନୁସାରେ ଫିଟ ଗାଡିକୁ ପରମିଟ ନମିଳିବା, ସ୍ଲିପର କୋଚ ଗୁଡିକୁ ଦିନରେ ଚଳାଇବାକୁ ଅନୁମତି ନମିଳିବା, ମଙ୍ଗୁଳି- ସମ୍ବଲପୁର ଓ ବଲାଙ୍ଗୀର ବରଗଡ଼ ରାସ୍ତା ମରାମତି ତୁରନ୍ତ ଶେଷ କରିବା ଭଳି ୮ ଦଫା ଦାବି ନେଇ ଆନ୍ଦୋଳନ କୁ ଓଲ୍ହାଇବାକୁ କହିଛି ସଂଘ । ଏନେଇ ୨୦୨୦ ମସିହାରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ହୋଇନାହିଁ, ଯାହାକୁ ନେଇ ଆନ୍ଦୋଳନକୁ ଓଲ୍ହାଇବ ସଂଘ ।
