ସଡ଼କ ଦୁର୍ଘଟଣାରେ ୧୫ ସ୍କୁଲ ପିଲାଙ୍କ ମୃତ୍ୟୁ, ଅନେକ ଆହତ
ମଣିପୁର : ରାଜ୍ୟର ନୋନେଇ ଜିଲ୍ଲାରେ ବୁଧବାର ଦିନ ଭୀଷଣ ସଡ଼କ ଦୁର୍ଘଟଣାରେ ୧୫ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ କେତେକ ଅନ୍ୟ ପିଲା ଆହତ ହୋଇଛନ୍ତି ବୋଲି କୁହାଯାଉଛି । ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ୟାରୀପୋକ ସ୍ଥିତ ଥାମ୍ବଲନୁ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରଙ୍କୁ ଷ୍ଟଡି ଟୁର୍ ପାଇଁ ଖୌଉପୁମ ଆଡ଼କୁ ଯାଉଥିବା ଦୁଇ ବସ୍ର ଡ୍ରାଇଭର ନିଜ ନିୟନ୍ତ୍ରଣ ହରାଇଥିଲେ । ମଣିପୁରର ନୋନେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ କମ୍ସେ କମ୍ ୧୫ ଛାତ୍ରଙ୍କ ମୃତ୍ୟୁ ହେବାର ସୂଚନା ଆଗକୁ ଆସିଥିବାବେଳେ କେତେକ ଛାତ୍ର ଆହତ କୁହାଯାଇଛି । ଦୁର୍ଘଟଣାରେ ମଣିପୁରର ନୋନେଇ ଜିଲ୍ଲାର ଜୌଜଂଗଟେକ ଥାନାର ଲୋଗସାଇ ତୁଂବୁଗ ଗାଆଁ ପାଖରେ ବିଷ୍ଣୁପୁର-ଖୌପୁମ ରୋଡ଼ରେ ହୋଇଥିଲା । ଦୁର୍ଘଯଣାରେ ଅନ୍ୟ କେତକ ଛାତ୍ରଙ୍କ ମୃତ୍ୟୁର ଆଶଙ୍କା କରାଯାଉଛି ।
