ହକି ବିଶ୍ୱକପ ଟ୍ରଫି କୁ ସ୍ୱାଗତ ପାଇଁ ଗଣମାଧ୍ୟମ ବୈଠକ
ପୁରୀ : ୨୦୨୩ ମସିହାରେ ପୁରୁଷ ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରୁଛି ।ଏହା ଏକ ଗୌରବ ର କଥା। ପୁଣି ଆମ ଦେଶରେ ହକି ବିଶ୍ୱକପ କେବେ ଅନୁଷ୍ଠିତ ହେବ ତାହା କହିହେବ ନାହିଁ।ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ହକି ବିଶ୍ୱକପ ଟ୍ରଫି ପୁରୀ ଜିଲ୍ଲା ପରିଭ୍ରମଣ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ ଉଦ୍ଦେଶ୍ୟ ରେ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ ବିଶ୍ୱକପ ହକି ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ରେ ଅନୁଷ୍ଠିତ ହେବ। ୧୬ ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ । ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ବିଶ୍ୱକପର ପ୍ରକୃତ ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରିବ।ପୁରୀ ଜିଲ୍ଲା କୁ ଚଳିତ ମାସ ୨୬ ତାରିଖ ସଂଧ୍ୟାରେ ଏହା ପହଞ୍ଚିବ। ୨୭ ତାରିଖ ପ୍ରତ୍ୟୁଷରୁ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମି ରେ ମନୋଜ୍ଞ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫି କୁ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ଏହା ପରେ ଟ୍ରଫି କୁ ବ୍ଲୁ ଫ୍ଲାଗ ବିଚକୁ ନିଆଯିବ ଓ ସେଠାରେ ଫଟୋ ସୁଟ କରାଯିବ ।ପରେ ସିଂହଦ୍ଵାରରେ ପ୍ରଭୁ ଙ୍କ ଆଶୀର୍ବାଦ ପରେ ଟ୍ରଫି କୁ ପ୍ରଦର୍ଶନ କରାଯିବ।ଅପରାହ୍ନ ରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ରେ ଫଟୋ ସୁଟ ପରେ ବିଶ୍ୱକପ ଟ୍ରଫି କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିର ରେ ସ୍ୱାଗତ, ପ୍ରଦର୍ଶନ ଓ ଫଟୋ ସୁଟ ପରେ ଜିଲ୍ଲା ରୁ ବିଦାୟ ନେବ ବୋଲି ସେ ସୂଚନା ଦେଇଥିଲେ। ଏହି ବୈଠକରେ କ୍ରିଡା ଅଧିକାରୀ ଶଚନ୍ଦନ ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରିଡା ଆସୋସିଏସନ ର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ।
