ସର୍ବଭାରତୀୟ ବେସାମରିକ କ୍ରିକେଟ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ
ଭୁବନେଶ୍ୱର: ପଞ୍ଜାବର ମୋହାଲି ଠାରେ ଅବସ୍ଥିତ ବଳବୀର ସିଂହ ସିନିୟର ଅନ୍ତର୍ଜାତିକ ହକି ଷ୍ଟାଡିୟମ୍ ଠାରେ ହେବାକୁ ଥିବା ସର୍ବ ଭାରତୀୟ ବେସାମରିକ କ୍ରିକେଟ ପ୍ରତିଯୋଗିତା (ପୁରୁଷ) ଆସନ୍ତା ୦୨.୦୨.୨୦୨୩ ଠାରୁ ୦୯.୦୨.୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଖେଳାଳି ଚୟନ ପ୍ରକ୍ରିୟା ଆସନ୍ତା ତା୨୪.୧୨.୨୦୨୨ରିଖ ସକାଳ ଘ.୭.୦୦ମିନିଟ୍ ସମୟରେ ସ୍ଥାନୀୟ ହାଇ-ଟେକ ମେଡିକାଲ କଲେଜ ଓ ହସପିଟାଲ କ୍ରିକେଟ ଷ୍ଟାଡିୟମ, ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।
ଏହି ଚୟନ ପ୍ରକ୍ରିୟାରେ କେବଳ ନିୟମିତ ସରକାରୀ ଚାକିରୀରେ ଥିବା ଖେଳଳୀମାନେ ଭାଗ ନେଇ ପାରିବେ । ଏହି ଖେଳରେ ଯେଉଁମାନେ ଭାଗ ନେବାକୁ ଚାହାଁନ୍ତି, ସେମାନେ ଉପଯୁକ୍ତ କ୍ରିକେଟ୍ ୟୁନିଫର୍ମ (ଧଳା), କ୍ରିକେଟ୍ ଜୋତା, ନିଜର କ୍ରିକେଟ୍ ଉପକରଣ ସାଙ୍ଗରେ ନେଇ ଆସିବେ । ଏହାସହିତ ସେବା ପୁସ୍ତିକାର ପ୍ରଥମ ପୃଷ୍ଠା, ବିଭାଗ/ଅଫିସ ପରିଚୟ ପତ୍ର ସହ ଏକ ପାସପୋର୍ଟ ସାଇଜର ଫଟୋ ଏବଂ ନିଜର ବିଭାଗ/ଅଫିସରୁ “ନୋ ଅବଜେକସନ ସାର୍ଟିଫିକେଟ” ସାଙ୍ଗରେ ଆଣି ଉକ୍ତ ସ୍ଥାନରେ ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ କରି ଚୟନ ପ୍ରକ୍ରିୟାରେ ଭାଗ ନେଇପାରିବେ । ବିଳମ୍ବରେ ଆସିଥିବା ଖେଳାଳୀ ଚୟନ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ । ଅଧିକ ବିବରଣୀ ପାଇଁ ଓଡ଼ିଶା ସଚିବାଳୟ କ୍ରିକେଟ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ମହାପାତ୍ର (୭୯୭୮୮୭୮୭୯୦), ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ମିଶ୍ର (୭୦୦୮୩୪୮୨୫୬) ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଅବିନାଶ ଖଣ୍ଡୁଆଳ (୯୪୩୮୧୦୨୫୩୮)ଙ୍କୁ ଯୋଗାଯୋଗ କରିପାରିବେ ।
