ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା, ଘଟଣାସ୍ଥଳରେ ତଦନ୍ତ କଲେ ଡିଆଇଜି
ଧର୍ମଗଡ଼ : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ଜେଲ ଡିଆଇଜି ଅନୁସୂୟା ଜେନା କଣ୍ଟାବାଞ୍ଜି ଉପକାରାଗାର ପହଂଚିଛନ୍ତି । ଘଟଣାସ୍ଥଳରେ ଆତ୍ମହତ୍ୟା ମାମଲା ନେଇ ତଦନ୍ତ ଆରମ୍ଭ ହୋଇଛି । ଜେଲ ଭିତରେ କଣ ଘଟିଥିଲା, କେମିତି ଗୋବିନ୍ଦ ସାହୁ ଆତ୍ମହତ୍ୟା କଲା, ସେ ନେଇ ତଦନ୍ତ ଆରମ୍ଭ କରିଛନ୍ତି ଜେଲ ଡିଆଇଜି ଅନୁସୂୟା ଜେନା ।
ଅନ୍ୟପଟେ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ୍ ଡିଏସପି ବିଜୟ ମଲ୍ଲିକ ଏବଂ ତିନି ଜଣ ଅଧିକାରୀ କଣ୍ଟାବାଞ୍ଜି ଥାନା ଗସ୍ତରେ ଅଛନ୍ତି । ଗ୍ରାଉଣ୍ଡ ଜିରୋରୁ ତଦନ୍ତ ହେବ ବୋଲି ଜଣାପଡ଼ିଛି । ସେମାନଙ୍କୁ ସିଆଡି ସିବିର ଅଧିକାରୀ ଏବଂ ଫରେନ୍ସିକ ଟିମ୍ ସହଯୋଗ କରିବେ । ତେବେ ଗୋବିନ୍ଦ ସାହୁଙ୍କ ମୃତଦେହ ରଖା ଯାଇଥିବା ଗୃହରେ ସାଇଁଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
