୭୮ଗ୍ରାମ ବ୍ରାଉନସୁଗାର ଜବତ,ମହିଳା ଗିରଫ
ଖୋର୍ଦ୍ଧା : ଖୋର୍ଦ୍ଧା ଅବକାରୀ ବିଭାଗ ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଠାରୁ ୭୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ମହିଳା ଜଣକ ହେଲେ ବିଜୟ ସେନାପତିଙ୍କ ସ୍ତ୍ରୀ ସୁକାନ୍ତି ସେନାପତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ବଧା ଶବର ସାହିରେ ବ୍ରାଉନସୁଗର କାରବାର କରୁଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ଚଢ଼ାଉ କରିଥିଲେ ।ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୭ଲକ୍ଷ ୭୮ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଭୈରବ ସାହୁ ସୂଚନା ଦେଇଛନ୍ତି ।
