ନବରଙ୍ଗପୁର ସରକାରୀ ମହାବିଦ୍ୟାଳୟର ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ
ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷା ରଶ୍ମିତା ମାଝୀ , ମହାବିଦ୍ୟାଳୟ ସ୍ଥାପନ ପାଇଁ ଜମି ଯୋଗେଇ ଦେଇଥିବା ସାମନ୍ତରାୟ ପରିବାରର ଶ୍ରୀମତି ବୀଣା ସାମନ୍ତରାୟ,ମିଶ୍ର ପରିବାରର ଶ୍ରୀ ଗଣେଶ ମିଶ୍ର, ପୂର୍ବତନ କଲେଜ ଅଧ୍ୟକ୍ଷ ରାଧାନାଥ ବେହେରା, ଅବସର ପ୍ରାପ୍ତ ଅଧ୍ୟାପକ ଜଗନ୍ନାଥ ରାଉତ, ଡମ୍ବୁରୁ ବେହେରା, ବୃନ୍ଦାବନ ପାଢ଼ୀ ଯୋଗ ଦେଇଥିଲେ । କଲେଜ ଅଧ୍ୟକ୍ଷ ଡ଼ ଭାସ୍କର ନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ନବରଙ୍ଗପୁର ଜିଲ୍ଲା ଭଳି ଏକ ଉପାନ୍ତ ଜିଲ୍ଲାର ସର୍ବ ପୂରାତନ ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେଉ ଥିବାରୁ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ଶିକ୍ଷା ଗ୍ରହଣ ସହ ବୈଶୟୀକ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ୱ ଆରୋପ କରିବା ସହ ଆତ୍ମ ନିର୍ଭରଶିଳ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ମହା ବିଦ୍ୟାଳୟକୁ ସରକାରୀ ଘୋଷଣା କରିବାକୁ ସେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ପ୍ରଦୀପ ମାଝୀ ପୁର୍ବତନ ଛାତ୍ର ମାନଙ୍କ ଭଳି କଲେଜର ସୁନାମ ରଖିବାକୁ ବର୍ତମାନ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ସରକାରୀ ସ୍ତରରେ ପ୍ରୟାସ କରି ମହା ବିଦ୍ୟାଳୟକୁ ଅତିଶୀଘ୍ର ସରକାରୀ କଲେଜ ଘୋଷଣା କରିବା ପାଇଁ ପ୍ରଚେଷ୍ଟା କରିବେ ବୋଲି କହିଥିଲେ । ଏହି ଅବସରରେ ଅଲୁମିନାଇ କମିଟି କ୍ରୀଡ଼ା ସବ୍ କମିଟି ପକ୍ଷରୁ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଓ କମିଟିର କର୍ମ କର୍ତା ମାନଙ୍କୁ ମୁଖ୍ୟ ଅତିଥି ଉପ ଉପଢୌକନ ଓ ଉତରୀୟ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଭାକର ପାତ୍ର ଓ ସମରେଶ ଗନ୍ତାୟତ ପରିଚାଳନା କରିଥିବା ବେଳେ କମିଟି ଆଇନ୍ ପରାମର୍ଶ ଦାତା ରାମ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଆଲୁମିନାଇ କମିଟି ସଭାପତି ଗଣେଶ ଦାଶ, ସମ୍ପାଦିକା ସଙ୍ଗୀତା ତ୍ରୀପାଠୀ ମଂଚାସିନ ହୋଇଥିଲି । ଦ୍ୱିତୀୟ ଅଧିବେସନରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ, ଗୋଲ୍େଡନ ଆର୍ମି ସ୍ୱେଛାସେବୀ ଓ ଏନ୍ ସି ସି କେଡେଟ ମାନଙ୍କୁ ଅଧ୍ୟକ୍ଷ ଡ ଭାସ୍କର ନାଥ ବିଶ୍ୱାଳ ମେଡେଲ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦିଲ୍ଲୀପ ହୋତା ପରିଚାଳନା କରିଥିଲେ । ଏହାପରେ ରାଜ୍ୟ ଏସ ଡି ସି ପରାମର୍ଶ ଦାତା ପ୍ରଦୀପ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପୁରାତନ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ପୁରାତନ ଛାତ୍ର ଛାତ୍ରୀ ମାନେ ମଂଚ ଉପରେ ନାଚ ଗୀତ ପରିବେଷଣ କରିବା ସହ ନିଜ ନିଜ ଅନୁଭୁତି ପରି ପ୍ରକାଶ କରିଥିଲେ । ଅର୍ପିତ ଗ୍ରୁପ ଯନ୍ତ୍ର ସଙ୍ଗୀତ ପରିବେଷଣ, ଅଭିମନ୍ୟୁ ମାଝୀଙ୍କ ଶାସ୍ତ୍ରୀୟ ସଙ୍ଗୀତ, ଜୟପୁର ସ୍ୱର ଘୁଙ୍ଗୁର ଆର୍କ୍ରେଷ୍ଟା, ପାୟଲ ସିଂ ଓ ସାଗରିକା ଦାଶ ଦ୍ୱାରା ଓଡିଶୀ ନୃତ୍ୟ, ଡ଼ାଇନମିକ୍ ଗ୍ରୁପ୍ ଡାନ୍ସ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନ୍ୟ ମାନଙ୍କ ମଧ୍ୟରେ କମିଟିର କୋଷାଧ୍ୟକ୍ଷା ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ମିଡ଼ିଆ କୋଡ଼ି ନେଟର କିଶୋର ପଟ୍ଟନାୟକ, ସାଂସ୍କୃତିକ କମିଟି କୋଡ଼ି ନେଟର୍ ସୁରେଶ ମହାନ୍ତି, କ୍ରୀଡ଼ା କମିଟି କୋଡ଼ି ନେଟର ଅର୍ଜୁନ ତ୍ରୀପାଠୀ, ସ୍ମରଣିକା କମିଟି କୋଡ଼ିନେଟର ଅଶୋକ ପଟ୍ଟନାୟକ, ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶିବ ଶଙ୍କର ତ୍ରିପାଠୀ, ମନୋଜ ପାଢ଼ୀ, ତ୍ରିପତି ବାଲାଜୀ ସାହୁ, ମନୋଜ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।
