କଟକରେ ଆରମ୍ଭ ହେବ ଇସିଏମଓ ବ୍ୟବସ୍ଥା : ଡିଏମଇଟି
- ରାଜ୍ୟରେ ୬ଟି ୟୁନିଟ୍ ଆଣିବାକୁ ଚାଲିଛି ବ୍ୟବସ୍ଥା
ଭୁବନେଶ୍ୱର : ଇସିଏମଓ (Extracorporeal membrane oxygenation) ମେସିନର ବ୍ୟବହାର ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଇସିଏମଓ ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା । ମୋ ଜାଣିବାରେ ଦେଶରେ ୨୧ଟି ପଞ୍ଜିକୃତ ଇସିଏମଓ ୟୁନିଟ୍ ଅଛି । ବର୍ତ୍ତମାନ କୋଭିଡ୍ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢିଛି । ଆମେ ୬ଟି ୟୁନିଟ୍ ଆଣିବାକୁ ବ୍ୟବସ୍ଥା କରୁଛୁ । ଏହି ମେସିନ କଟକ ଏସସିବିରେ ରହିବ ବୋଲି ଡିଏମଇଟି କହିଛନ୍ତି ।
ଇସିଏମଓ ୟୁନିଟ ଚଳାଇବା ପାଇଁ ମାନବ ସମ୍ବଳର ଅଭାବ ଅଛି। ତେଣୁ ଧୀରେ ଧୀରେ ଆମେ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଏହି ୟୁନିଟ ସ୍ଥାପନ କରିବାକୁ ବ୍ୟବସ୍ଥା କରିବୁ। ସେ ଆହୁରି ମଧ୍ୟ କହିଛନ୍ତି, କରୋନାର ଏପର୍ଯ୍ୟନ୍ତ କୋୖଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୭ଟି ଔଷଧକୁ ପରୀକ୍ଷାମୂଳକ ଭାବେ ଜରୁରୀକାଳୀନ ବ୍ୟବହାର କରାଯାଇଛି। ଏକ କମିଟି ଏହି ସବୁ ଔଷଧର ବ୍ୟବହାର ଓ ଫଳାଫଳ ଉପରେ ନିରନ୍ତର ତର୍ଜମା କରୁଛନ୍ତି । ତେଣୁ ଏହି ଟାସ୍କଫୋର୍ସ ଯାହା ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ମଧ୍ୟ ଔଷଧ ବ୍ୟବହାର କରିବୁ ବୋଲି କହିଛନ୍ତି ଡିଏମଇଟି।
