ରାସ୍ତା ନିର୍ମାଣକୁ ବିରୋଧ କରି ପୋଲିସ୍-ବସ୍ତିବାସିନ୍ଦା ମୁହାଁମୁହିଁ
ଭୁବନେଶ୍ୱର : ପିଡବ୍ଲୁଡି ପକ୍ଷରୁ ପ୍ରସ୍ତାବିତ ୨୦୦ ଫୁଟିଆ ରାସ୍ତାକୁ ବିରୋଧ କରି ସାଲିଆସାହିରେ ପୋଲିସ୍-ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ପ୍ରସ୍ତାବିତ ରାସ୍ତା ଲାଗି ମାପଚୁପ ଚାଲିଥିବା ବେଳେ ବସ୍ତି ବାସିନ୍ଦା ଏହାକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଏହାସହ ୮ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି ।
