ମୈାସୁମୀ ସାହିତ୍ୟ ପରିଷଦର ଶୀତ କବିତା ଆସର ଓ ବନ୍ଧୁ ମିଳନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏକ ଶୀତ କବିତା ଆସର ଓ ସାରସ୍ୱତ ବନ୍ଧୁ ମିଳନ ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସମ୍ପାଦକ କବି ଡଃ. ଶ୍ରୀଧର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବାୟାବାବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁଧାଂଶୁ ଶେଖର ଦ୍ୱିବେଦୀ, ସମ୍ମାନୀତ ଅତିଥି ଭାବେ ପଲକ ପତ୍ରିକାର ସମ୍ପାଦକ ଶଶିକାନ୍ତ ଦାସ, ଅନ୍ୟତମ ଅତିଥି ଭାବେ ଆମ ଗାଁ ସାହିତ୍ୟ ପରିଷଦ ସଭାପତି ସଞ୍ଜୟ କୁମାର ମଲ୍ଲିକ ଓ ସମୀକ୍ଷକ ଭାବେ କବି ରାମକୃଷ୍ଣ ଦାଶ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହାପରେ ଅନୁଷ୍ଠିତ କବିତା ପାଠୋତ୍ସବକୁ କବି ପ୍ରେମାନନ୍ଦ ଖଣ୍ଡୁଆଳ ସଂଯୋଜନା କରିଥିଲେ । କବୟିତ୍ରୀ କବିତା ମୁଦୁଲି, ସ୍ୱର୍ଣ୍ଣମୟୀ ଷଡଙ୍ଗୀ, ଯାମିନୀ ଦାସ, ସ୍ୱପ୍ନାଂଶୁ ଦାସ, ଅଶୋକ କୁମାର ସାହୁ, ଗୋଲାପ ରାଉତ, ଜ୍ୟୋସ୍ନାରାଣୀ ସୁତାର, ରଞ୍ଜନ ବାଇ, ଅଜୟ କୁମାର ପାତ୍ର, ଟିଟିକାନ୍ତ ନାୟକ, ସୁରେନ୍ଦ୍ର କୁମାର ବେହେରା, ଶ୍ରୀଧର କୁମାର ମହାନ୍ତି, ଅପର୍ତ୍ତି ଚରଣ ସେଠୀ, ଶରତ କୁମାର ରାଉତ, ତ୍ରିଲୋଚନ ଜେନା ପ୍ରମୁଖ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ପରିଷଦର ସମ୍ପାଦକ ଡଃ. ଶ୍ରୀଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଶିବାନନ୍ଦ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ
କେନ୍ଦ୍ରାପଡ଼ା,୧୯ା୧୨ : କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଏହି କ୍ରୀଡା ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ । ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରେ ୫୦ମିଟର ଓ ୧୦୦ମିଟର ଦୈାଡ, ଆଳୁ ଚାମଚ, ବେଙ୍ଗଡିଆଁ, ଗଣିତ, ମିଠା ସନ୍ଧାନ, ଲମ୍ବାଡିଆଁ, ବିଞ୍ଜଲ ରେସ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଡଃ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ କ୍ରୀଡାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷୟିତ୍ରୀ ଦିପ୍ତିମୟୀ ବେହେରା, ମାମୁନି ସେନାପତି ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଶିକ୍ଷକ ଶଦାଶିବ ପଣ୍ଡା ପାଠପଢା ସହିତ କ୍ରୀଡାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀଧର ରାଉତ ଓ ବାବା ନୃସିଂହ ଦାସ ସହଯୋଗ କରିଥିଲେ ।
ପୈାର ପରିଷଦ ୧୦ନମ୍ବର ୱାର୍ଡରେ ମହିଳା ସମାବେଶ
ମିଶନଶକ୍ତି ଓ ଅଙ୍ଗନୱାଡି ଗୃହ ତୁରନ୍ତ ନିର୍ମାଣ ନିର୍ଦେଶ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାର ପରିଷଦର ୧୦ନମ୍ବର ୱାର୍ଡ ଅନ୍ତର୍ଗତ ବାସୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମହିଳା ସମାବେଶ କାଉନସିଲର ରଶ୍ମୀତା ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠି ଓ ମହିଳା ମହାସଙ୍ଘର ସଦସ୍ୟାମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମିଶନଶକ୍ତି ଗୃହ ନିମନ୍ତେ ମହାସଙ୍ଘର ଦାବିକୁ ଗ୍ରହଣ କରି ଖୁବଶୀଘ୍ର ସେହି ୱାର୍ଡରେ ନୂତନ ମିଶନଶକ୍ତି ଗୃହ ସହିତ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ପୈାରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହିତ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପୂର୍ବତନ କାନସିଲର ତଥା ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଦାବିକୁ ସମର୍ଥନ କରିବା ସହିତ ମୁକ୍ତା ଯୋଜନାରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଉନ୍ନୟନ କାର୍ଯ୍ୟ ସମ୍ପାଦନରେ ସଂପୃକ୍ତ କରାଯାଇ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂ ଯୋଗଦେଇ ମହିଳାମାନଙ୍କ ସାମୁହିକ ବିକାଶ ନିମନ୍ତେ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଭାରତ ମାତା ମହିଳା ମହାସଙ୍ଘର ସଭାପତି ସ୍ୱପ୍ନା ସିଂ, ସମ୍ପାଦିକା ସରୋଜିନୀ ନାୟକଙ୍କ ସମେତ ଶତାଧିକ ସଂଖ୍ୟାରେ ସ୍ୱୟଂ ସହାୟିକା ଓ ମହିଳା ମହାସଙ୍ଘର ସଦସ୍ୟା ମହିଳାମାନେ ଉପସ୍ଥିତ ଥିଲେ । ଶେଷରେ ନଜମା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ ।
