ଚର୍ମବିଣ୍ଡୀ ରୋଗ ପାଇଁ ଜିଲ୍ଲାରେ ଟୀକାକରଣ ଆରମ୍ଭ
ଯାଜପୁର : ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାପରେ ସୀମାବର୍ତୀ ଜିଲ୍ଲା ଯାଜପୁରରେ ଚର୍ମବିଣ୍ଡୀ ରୋଗ ବ୍ୟାପିବାରେ ଲାଗିଚ୍ଥି । ଏଥିପାଇଁ ଗୋପାଳକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଭଳି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଯାଜପୁର ତରପଂରୁ ବିଶେଷ ଭାବେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ଅଚ୍ଥି । ଜିଲ୍ଳ୍ାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରପଂରୁ ୨ ଲକ୍ଷ ୨୦ ହଜାର ଟିକା ସମସ୍ତ ୧୦ ଟି ବ୍ଳ୍କକୁ ଯୋଗାଇ ଦିଆଯାଇ ଅଚ୍ଥି ଏବଂ ଏହି ରୋଗ ବ୍ୟାପି ନଥିବା ଅଂଚଳରେ ଜରୁରୀକାଳୀନ ଭାବେ ଟୀକା ଦିଆଯିବା ପାଇଁ ସମସ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଚ୍ଥି । ଏଥିପାଇଁ ସମସ୍ତ ବ୍ଳକରେ ଭ୍ରାମ୍ୟମାଣ ଗାଡି ଗୁଡିକ ଚିକିତ୍ସା ପାଇଁ ନିୟୋଜିତ କରାଯାଇଚ୍ଥି । ଗୋରୁ ଗାଈଙ୍କୁ ରୋଗମୁକ୍ତ ରଖିବା ପାଇଁ ଗୁହାଳ ଗୁଡିକ ସପାଂ ସୁତୁରା ରଖିବା ସହିତ ଖଝଊ ଆକ୍ରାନ୍ତ ଗୋରୁ ଗାଈଙ୍କୁ ପ୍ରତିଦିନ ୧୦୦ ଗ୍ରାମ ଗୁଡ ପାଣି ଅତି କମ୍ରେ ୭ ଦିନ ଦିଆଯିବା ପାଇଁ ବିଭାଗ ତରପଂରୁ ସୂଚନା ଦିଆଯାଇଚ୍ଥି । ରୋଗ ଆରମ୍ଭରୁ ଚିକିତ୍ସା କଲେ ଗୋରୁ ଗାଈଙ୍କର ରୋଗ ଶିଘ୍ର ଭଲ ହୋଇଥାଏ । ତେଣୁ ଅଯଥାରେ ଭୟଭୀତ ନ ହୋଇ, ପାଳିଥିବା ଗୋରୁ ଗାଈଙ୍କର ଉପଯୁକ୍ତ ଚିକିତ୍ସା କଲେ ଗୋରୁ ଶିଘ୍ର ଆରୋଗ୍ୟ ଲାଭ କରନ୍ତି । ଯଦି ଏହି ରୋଗରେ କୈାଣସି ପ୍ରାଣୀର ମୃତ୍ୟୁ ଘଟେ ତେବେ ମୃତ ପ୍ରାଣୀକୁ ଏଣେ ତେଣେ ନ ପିଂଙ୍ଗି ଖୋଲାରେ ଗାତ ଖୋଳି ଚୂନ ଓ ଲୁଣ ପ୍ରୟୋଗ କରି ପୋତି ଦେବାକୁ ପରାମର୍ଶ ଦିଆଯାଇଚ୍ଥି । ଯଦି କୈାଣସି ଅଂଚଳରେ ଏହି ରୋଗ ଦେଖାଦିଏ ତେବେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ଏବଂ ଏହି ରୋଗ ଚର୍ମ ଜନିତ ଭୂତାଣୁ ରୋଗ ହୋଇଥିବାରୁ ଆପେ ଆପେ ସଂକ୍ରମଣ ହୋଇ ଭଲ ହୋଇଯାଏ କିନ୍ତୁ ଉପଯୁକ୍ତ ଯତ୍ନ ନେଲେ ୨/୩ ସପ୍ତାହ ମଧ୍ୟରେ ଗୋରୁ ମାନେ ଭଲ ହୋଇଯାଆନ୍ତି । ତେଣୁ ଏଥିପାଇଁ ଆତଙ୍କିତ ନ ହୋଇ ସମସ୍ତ ସତର୍କତା ଅବଲମ୍ୱନ କରିବା ଆବଶ୍ୟକ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ପ୍ରକାଶ କରିଚ୍ଥନ୍ତି I
