ରାସ୍ତା ଉପରେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତଙ୍କ ବାସଭବନ ଉପରେ ଆକ୍ରମଣ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ
ଯାଜପୁର : ଦଶରଥପୁର ବ୍ଲକ ଅବିଭକ୍ତ କସପା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ବିଚରାସ୍ତାରେ କିଛି ଅସାମାଜିକ ଯୁବକଙ୍କ ଦବଙ୍ଗଗିରିର ସମ୍ମୁଖିନ ହୋଇ ଗୁରୁତର ଆହତ ହୋଇ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ଅପରପକ୍ଷେ ୧୫ ତାରିଖ ଘଟଣାକୁ ନେଇ ଖୋସାଲପୁର ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁଙ୍କ ପୁଅ ହିମାଂଶୁ ଶେଖର ସାହୁ ଓ ତାଙ୍କର ୧୦ ରୁ ୧୫ ଜଣ ସମର୍ଥକ ପୋଲିସ୍ ଦ୍ୱାରା ଗିରଫ୍ ହୋଇ ଜେଲରେ ଥିବା ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ବିଶେଷକରି ହିମାଂଶୁ ଶେଖର ଓ ତାଙ୍କର ସମର୍ଥକ ମାନେ ଜେଲ୍ ଯାଇଥିବା ଅଭିଯୁକ୍ତ ସନ୍ତୋଷ ବାସଗୃହ ନିକଟରେ ପହଞ୍ଚ ତାଙ୍କ ପରିବାର ଲୋକଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଘରୁ ପଦାକୁ ବାହାରିଲେ ଜୀବନରୁ ମାରିଦେବାକୁ ଚେତାବନି ଦେବାରୁ ସନ୍ତୋଷଙ୍କ ପରିବାର ଭୟବିତ ହୋଇପଡ଼ିଛନ୍ତି । ସୂଚନା ଥାଉକି ୧୫ତାରିଖ ଅପରାହ୍ନରେ ମଙ୍ଗଳପୁର ଥାନା ଖୋସାଲପୁର ଗ୍ରାମର ଦେବଦତ୍ତ ଦାସ ଓ ଛଞ୍ଚଣା ଗ୍ରାମର ସନ୍ତୋଷ କୁାମର ମହାନ୍ତି, ମାନସ ମହାନ୍ତିଙ୍କ ସମେତ ୧୦ ଜଣ ଯୁବକ ଯାଜପୁର-ମଙ୍ଗଳପୁର ରାସ୍ତା ଅନ୍ତର୍ଗତ ରାମବାଗ ହାଇସ୍କୁଲ ଛକ ବିଚ୍ ରାସ୍ତା ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଶ୍ରୀ ସାହୁ କିଛି ବୁଝିବା ପୂର୍ବରୁ ତାଙ୍କୁ ସମସ୍ତେ ମିଳିମିଶି ବେଲ୍ଟ ସହିତ ବିଭିନ୍ନ ମାରଣାସ୍ତ୍ରରେ ନିସ୍ତକ ପିଟି ଚାଲିଥିଲେ । ଶ୍ରୀ ସାହୁ ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଛାଡ଼ିବା ପରିବର୍ତ୍ତେ ଗୋଇଠା ଓ ଭୁଷାରେ ଆକ୍ରମଣ କରିଥିଲେ । ଯନ୍ତ୍ରଣାରେ ଶ୍ରୀ ସାହୁ ଚିତ୍କାର କରିବାରୁ ହାଇସ୍କୁଲ ଛକରେ ଉପସ୍ଥିତ ଥିବା ବିରଜାପୁର ପଞ୍ଚାୟତର ସରପଞ୍ଚ ନିରାକାର ସାହୁ ଓ ଇଜାପୁର ପଞ୍ଚାୟତର ଯୁବ ନେତା ଅମୀୟ ଜେନାଙ୍କ ସମେତ କିଛି ସ୍ଥାନୀୟ ବ୍ୟବସାୟୀ ଘଟଣା ସ୍ଥଳରେ ପହଞ୍ôଚ ଆକ୍ରମଣକାରୀଙ୍କ କବଳରୁ ଶ୍ରୀ ସାହୁଙ୍କୁ ଉଦ୍ଧାର କରିବା ସହିତ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ । ଗୁରୁତ୍ୱର ଭାବେ ଆହତ ଶ୍ରୀ ସାହୁଙ୍କୁ ଏକ ଅଟୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଶ୍ରୀ ସାହୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଶ୍ରୀ ସାହୁଙ୍କ ପୁଅ ହିମାଂଶୁ ଶେଖର ସାହୁଙ୍କ ଲିଖିତ ଅଭିଯୋଗକୁ ଭିର୍ତ୍ତିକରି ଯାଜପୁର ଟାଉନ ଥାନା ପୁଲିସ୍ ଥାନା କେସ୍ ନଂ. ୪୬୦/୨୨ ରେ ଏକ ମାମଲା ରୁଜୁ କରିବା ସହିତ ଆକ୍ରମଣରେ ସମ୍ପୃକ୍ତ ସନ୍ତେଷ, ଦେବଦତ୍ତ ଓ ମାନସକୁ ଗରିଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମୁଞ୍ଜର ପରେ ସମ୍ପୃକ୍ତ ତିନିଜଣ ଏବେ ଜେଲ୍ରେ ଅଛନ୍ତି । ଅପରପକ୍ଷେ ଏହି ଘଟଣାକୁ ନେଇ ପୁଲିସ୍ ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ ଗ୍ରାମରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
