କଟକ ରେଳ ଷ୍ଟେସନର ଡିଜାଇନ୍ ଉପରେ ଜନମତ ଲୋଡିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ବଦଳିବ କଟକ ରେଳ ଷ୍ଟେସନର ଚେହେରା । କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ କଟକ ରେଳ ଷ୍ଟେସନର ଡିଜାଇନ୍ ଅପଲୋଡ୍ କରିଛନ୍ତି ଏବଂ ପ୍ରସ୍ତାବିତ ଡିଜାଇନ୍ ଉପରେ ଜନମତ ମାଗିଛନ୍ତି । ଡିଜାଇନ୍ କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟର ବିଷୟବସ୍ତୁ ଉପରେ ଅନୁପ୍ରାଣିତ । ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।ଜନସାଧାରଣଙ୍କ ମୂଲ୍ୟାୟନ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି ।
