ମୋଟର ଭେଇକିଲ ନିୟମ ଉଲଙ୍ଘନ ଅପରାଧରେ କନ୍ଧମାଳ ପୋଲିସ ୩୪ ଜଣଙ୍କ ଠାରୁ ଆଦାୟ କଲା ଜୋରିମାନା
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୩୫୦ ଟି ଗାଡି ଚେକିଂ କରି ୧ ଜଣଙ୍କ ଡିଏଲ କ୍ୟାନ୍ସେଲ୍ କରାଯିବା ସହିତ ୩୪ ଜଣଙ୍କ ଠାରୁ ୨୩ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଜିଲ୍ଲାରେ ୩ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହ ୨୫ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଅଛି । ଏହା ସହିତ ଜିଲ୍ଲାରେ ମଦପାନ କରି ଗାଡି ଚଲାଉଥିବା ଅପରାଧରେ ୨ ଜଣଙ୍କ ବିରୋଧରେ ତୁରନ୍ତ କର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
