‘ଶ୍ରୀନିକ୍ସ କଲେଜ ଅଫ ଇଂଜିନିୟରିଂ’ରେ ରକ୍ତଦାନ ଶିବିର, ୧୩୦ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ସହରର ଅନ୍ୟତମ ବୈଷୟିକ ମହାବିଦ୍ୟାଳୟ ‘ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂ’ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲା ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଶିବିରକୁ ଉଦ୍ଘାଟନ କରିବା ସହିତ ଫକୀର ମୋହନ ମେଡିକାଲ କଲେଜ ପ୍ରତିଷ୍ଠା ପରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ମାଧ୍ୟମରେ ସମାଜ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ବାସ୍ତବିକ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ଯଶୋବନ୍ତ ମହାନ୍ତି ପୌରହିତ୍ୱ କରିବା ସହିତ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ‘ରକ୍ତର ଅଭାବରେ କାହାରି ମୃତ୍ୟୁ ନହେଉ’ର ବାର୍ତ୍ତା ନେଇ ଛାତ୍ରୀଛାତ୍ରମାନେ ଏଭଳି ମହତ୍ କାର୍ଯ୍ୟ ପାଇଁ ଆଗେଇ ଆସିବା ଅତ୍ୟନ୍ତ ଉଚ୍ଚବିଚାର ପ୍ରସଙ୍ଗ ହୋଇପାରିଛି ବୋଲି ଡ. ମହାନ୍ତି କହିଥିଲେ । ଅନୁଷ୍ଠାନର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଗୌରାଙ୍ଗ ସାହୁ ଓ ଚିଫ୍ କୋର୍ଡ଼ିନେଟର ଇଂ. ଭବାନୀ ଦାସ ମହାପାତ୍ର ଶିବିରରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଶିବିରରେ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ସମେତ ବହୁ କର୍ମଚାରୀ, ଅଧ୍ୟାପିକାଅଧ୍ୟାପକ ରକ୍ତଦାନ କରିଥିଲେ । ଅଧ୍ୟାପକ ଇଂ. ମନୋଜ କୁମାର ପ୍ରଧାନ, ଅନୁପମ ପ୍ରଧାନ, ବିଶ୍ୱରଞ୍ଜନ ଚମ୍ପତିରାୟ, ମାନସ ରଞ୍ଜନ ସାହୁ, ପ୍ରଶାନ୍ତ କୁମାର ତ୍ରିପାଠୀ, ବିଜନ କୁମାର ଗିରି, ଭାଗ୍ୟଶ୍ରୀ ଦାସ, ଶାନ୍ତିପ୍ରିୟ ଆଚାର୍ଯ୍ୟ, ବ୍ୟୋମକେଶ ପଣ୍ଡା, ସଂଗ୍ରାମ ସାହୁ, ସ୍ୱାଗତିକା ପାତ୍ର, ସର୍ଜିତା ସାହୁ, ସୁମତି ସାହୁ, ବିଶ୍ୱରଞ୍ଜନ ନାୟକ, ହୃଷିକେଶ ପ୍ରଧାନ, ଗଣପତି ସାହୁ, ଅଜିତାନନ୍ଦ ଦେବଗୋସ୍ୱାମୀ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
