ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗଜପତି ଜିଲ୍ଲାରକ ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀଙ୍କ ଚଢାଉ କରିଥିବା ଜଣା ପଡିଛି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ । ଯନ୍ତ୍ରୀଙ୍କ ଘର ସମେତ ଗଜପତି ଓ ଗଂଜାମ ଜିଲ୍ଲାରେ ମୋଟ ଏକକାଳୀନ ୪ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।ଚଢାଉରେ ଜଣେ ଏଏସପି, ୫ଜଣ ଇନିସ୍ପେକ୍ଟର, ୨ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡିଛି । ଚଢାଉ ଜାରୀ ରହିଥିବାରୁ ଏ ସମ୍ପର୍କରେ ସମ୍ପୂର୍ଣ ବିବରଣୀ ମିଳି ପାରି ନାହିଁ ।
