ବିଜେଡି ମଡେଲରେ ବିଶ୍ୱାସ କରେନି : ଭୂପିନ୍ଦର ସିଂ
ଭୁବନେଶ୍ୱର : ୨୦୨୪ ପାଇଁ ସବୁ ଦଳ ପ୍ରସ୍ତୁତି ଚଳାଇଛନ୍ତି । ୨୦୨୪ ରଣନୀତି ପ୍ରସ୍ତୁତି ପାଇଁ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାକାରୀଙ୍କ ସହ ବୈଠକ କରୁଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡି ପାଖରେ ପଦ୍ମପୁର ମଡେଲ ହେଲେ ବିଜେପି ପାଖରେ ଧାମନଗର ମଡେଲ ରହିଛି । ଏହାର ଜବାବ ରଖି ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, “ନବୀନ ଲୋକଙ୍କ ହୃଦୟରେ ରହିଛନ୍ତି । ତାକୁ ଆଧାର କରି ବିଜୁ ଜନତା ଦଳ ନିର୍ବାଚନ ଲଢ଼ିବ । କେବଳ ୨୦୨୪ ନୁହେଁ ସବୁ ନିର୍ବାଚନ ଲାଗି ସବୁବେଳେ ବିଜେଡି ପ୍ରସ୍ତୁତ ଅଛି । ବିଜେଡି ମଡେଲରେ ବିଶ୍ୱାସ କରେନି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ୪ କୋଟି ୫୦ ଲକ୍ଷ ଲୋକଙ୍କ ଉପରେ ସବୁବେଳେ ବିଶ୍ୱାସ ରଖିଛନ୍ତି । ଆମର ମଡେଲ ଫଡେଲ କିଛି ନାହିଁ । କିଏ କଣ ମଡେଲ କଲା ଆମର କିଛି ଯାଏ ଆସେ ନାହିଁ । ବିଜେଡି ଲୋକଙ୍କ ସହିତ ଅଛି । ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟରେ ବସିଛନ୍ତି । ନବୀନ କାହା ସହିତ ପ୍ରତିଦ୍ୱନ୍ଦିତା କରନ୍ତି ନାହିଁ । ସେ ସବୁବେଳେ ପଜିଟିଭ ଥାଆନ୍ତି । ଦଳରେ ବା ଦଳ ବିରୋଧରେ ଅସନ୍ତୋଷ ନାହିଁ, ଯାହା ପୌର ଓ ପଂଚାୟତ ନିର୍ବାଚନରେ ପ୍ରମାଣିତ ହୋଇସାରିଛି ।
