୪ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍
ଭୁବନେଶ୍ୱର : ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା ୪ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଏହି ୪ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିବା ବେଳେ ସେମାନେ କାର କାଚ ଭାଙ୍ଗି ଟଙ୍କା ଓ ଲାପଟପ୍ ଚୋରି କରିଥାନ୍ତି । ଗିରଫ ବେଳେ ପୋଲିସ୍ ସେମାନଙ୍କ ଠାରୁ ୫୨ ହଜାର ଟଙ୍କା , ଲାପଟପ୍ ଓ ମୋବାଇଲ୍ ଜବତ କରିଛି । ସେମାନଙ୍କ ବିରୋଧରେ ରାଜଧାନୀ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଓଡିଶା ସମେତ ବିହାର ଓ ତାମିଲନାଡୁରେ ମଧ୍ୟ ଏମାନେ ଲୁଟ୍ କରୁଥିବା ଜଣାପଡିଛି ।
