କନିକା ବୋଷଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ଭଞ୍ଜସେନାରେ ଯୋଗଦେଲେ
ବାରିପଦା : ଭଞ୍ଜସେନା ସଂଗଠନର କାର୍ଯ୍ୟ ଧାରାରେ ପ୍ରଭାବିତ ହୋଇ ବାଙ୍ଗିରିପୋଷି ବ୍ଲକର ଝିଅ ତଥା ମୟୁରଭଂଜ ମାଟିର ଜଣେ ଆଗଧାଡିର ମହିଳା ସମାଜସେବୀ କନିକା ବୋଷଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକରୁ ୫୦ ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ଆନୁଷ୍ଠାନିକ ଭାବେ ଭଂଜସେନାରେ ଯୋଗଦାନ କରିଛନ୍ତି । କନିକା ବୋଷ ଜଣେ ମହିଳା ହୋଇ ନିଜେ ସ୍ୱାବଲମ୍ବୀ ହେବା ସହ ସାମାଜିକ ସ୍ତରରେ ବିଭିନ୍ନ ପ୍ରକାର ସାମାଜିକ ସଚେତନତାରେ ନିଜକୁ ନିୟୋଜିତ କରି ଜିଲ୍ଲାର ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି କ୍ଷ ଏବଂ ସେ ନିଜେ ବର୍ତ୍ତମାନ ନେହେରୁ ଯୁବ କେନ୍ଦ୍ର ରେ ନେସନାଲ ସର୍ଭିସ ଭଲ୍ୟୁଂଟର ଥିବା ସହ ମାଆ ଫାଉଣ୍ଡେସନ ର ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି । ଆଗକୁ ଜିଲ୍ଲାର ହକ ପାଇଁ ପ୍ରତି ବ୍ଲକ୍ ସ୍ତରରୁ ମହିଳା ମାନଙ୍କୁ ଭଂଜସେନା ଜାଗ୍ରତ କରିବ ବୋଲି ନୂତନ ଭାବେ ଜଡ଼ିତ ହୋଇ ଥିବା କର୍ମକର୍ତା ମାନେ ନିଜର ଅଭିବ୍ୟକ୍ତି ପ୍ରଦାନ କରି ଛନ୍ତି ଓ ଆଜିର ମିଶ୍ରଣ କାର୍ଯକ୍ରମ ରେ ଭଂଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ସଭାପତି ପିଂଟୁ ମାଇତି, ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଉପ ସଭାପତି ରାକେଶ ମହାନ୍ତି ଓ ପ୍ରଶାନ୍ତ ମହାକୁଡ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଂଜନ ପୃଷ୍ଟି, ସାଙ୍ଗଠନିକ ସମ୍ପାଦକ ଧନଂଜୟ ସାହୁ, ଗଣେଶ ମହାନ୍ତି, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I
