ହୋ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବି ବସନ୍ତପୁରରୁ ଭୁବନେଶ୍ୱର ବାଇକ୍ ର୍ୟାଲିର ଶୁଭାରମ୍ଭ
ବାରିପଦା : ଓଡ଼ିଶାରେ ବସବାସ କରୁଥିବା ୧୫ ଲକ୍ଷରୁ ଅଧିକ ବସବାସ କରୁଥିବା ହୋ ଭାଷାଭାଷୀ ମାନଙ୍କର ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା, ଶତକଡ଼ା ୮୦ରୁ ଅଧିକ ହୋ ଭାଷାଭାଷୀ ଛାତ୍ରଛାତ୍ରୀ ପଢ଼ୁଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୫୦୦ ଜଣଙ୍କୁ ବହୁଭାଷୀ ଶିକ୍ଷା ଯୋଜନାରେ ହୋ ଭାଷା ଶିକ୍ଷକ ରୂପେ ନିଯୁକ୍ତ କରିବା, ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ହୋ ଭାଷାରେ ସ୍ନାତକୋତର ପାଠ୍ୟକ୍ରମ ଖୋଲିବା ଇତ୍ୟାଦି ଦାବିରେ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରବକ୍ତା ମନୋରଂଜନ ତିରିଆ, ଜିଲ୍ଲା ସଭାପତି ବିର୍ସା କଣ୍ଡାଂକେଲ, ଯୁଗ୍ମ ସମ୍ପାଦକ ବାବୁଲୁ ପୂର୍ତି, ବରିଷ୍ଠ କାର୍ଯ୍ୟକର୍ତା, ଗିରୀଶଚନ୍ଦ୍ର ହେମ୍ବ୍ରମ ଓ ଗଙ୍ଗାଗର ହେମ୍ବ୍ରମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଘୁବୀର କଣ୍ଡାଂକେଲ ବାହିନୀ ତରଫରୁ ସଂଗ୍ରାମୀ ବୀର ରଘୁବୀର କଣ୍ଡାଂକେଲଙ୍କ ଜନ୍ମମାଟି ବସନ୍ତପୁର ଗ୍ରାମରୁ ତାଙ୍କରି ପ୍ରତିମୂର୍ତିରେ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ଡ଼ବର ବୁଳିଉଲିଙ୍କ ଦ୍ୱାରା ଭୁବନେଶ୍ୱର ପର୍ଯ୍ୟନ୍ତ ବାଇକ ର୍ୟାଲିର ଶୁଭାରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଆଜି ଓଡ଼ିଶାର ସୁନ୍ଦରଗଡ଼ର ବଣେଇଗଡ଼, କେନ୍ଦୁଝରର ବଲାଣି ସମେତ ମୟୂରଭଂଜର ବସନ୍ତପୁର ଏବଂ ବାଙ୍ଗିରୀପୋଷିରୁ ଚାରୋଟି ବାହିନୀ ଦ୍ୱାରା ଭୁବନେଶ୍ୱର ପର୍ଯ୍ୟନ୍ତ ବାଇକ୍ ରାଲିର ଆୟୋଜନ କରାଯାଇଛି । ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯଶିପୁର ବିଧାୟକ ଗଣେଶରାମ ସିଂଖୁଂଟିଆ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି, ତିରିଂ ବ୍ଲକ୍ ଚେୟାରମ୍ୟାନ ପରମେଶ୍ୱର ସାମାଡ଼, ଜିଲ୍ଲା ପରିଷଦ ସଭ୍ୟ ମିନତୀ ତିରିଆ, ବରିଷ୍ଠ ହୋ ସମାଜ ସଙ୍ଗଠକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଲେନ୍ ବାର୍ଦା, ପୂର୍ବତନ ତିରିଂ ବ୍ଲକ୍ ଚେୟାରମ୍ୟାନ ଜେମାମଣି ସୁଣ୍ଡି, କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅନ୍ତର୍ଗତ ରାଜଭାଷା ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଶ୍ୟାମଲାଲ ସିଂ ପୂର୍ତି, ଆଦିବାସୀ ହୋ ସମାଜ ମହାସଭାର ନନ୍ଦକିଶୋର ତିୟୁ, ସିଦାହରା ସୁସାର ଆକାଳାର ପଦ୍ମଚରଣ ବାଣ୍ଡ୍ରା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେଁସଡ଼ା ଗ୍ରାମପଂଚାୟତର ସରପଂଚ ବାଲେମଣି ମୁନ୍ଦୁୟା, ତାଳଗାଁ ସରପଂଚ ଡ଼ମ୍ବରୁଧର ହେମ୍ବ୍ରମ, ପୂର୍ବତନ ସରପଂଚ ହରିଚରଣ ବିରୁଆ, ଭରତଚନ୍ଦ୍ର ଦେଓଗାମ୍, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଟେୟା ସାୟାଁ, ନାରୀନେତ୍ରୀ ପାର୍ବତୀ ବିରୁଆ ପ୍ରମୁଖ ଉପସ୍ଥିତ ଥିଲେ । ରଘୁବୀର କଣ୍ଡାଂକେଲ ବାହିନୀର ସଭାପତି ମହେଶ୍ୱର କଣ୍ଡାଂକେଲ,ସମ୍ପାଦକ ମଦନମୋହନ ମୁନ୍ଦୁୟା, କୋଷାଧ୍ୟକ୍ଷ ଘନଶ୍ୟାମ ପିଙ୍ଗୁଆ, ରାମସିଂ କଣ୍ଡାଂକେଲ, ଅମର କଣ୍ଡାଂକେଲ, ବାବୁଲି ବୁଳିଉଲି, ସୁନୀଲ କୁମାର ମୁନ୍ଦୁୟା, ସୁନୀଲ କୁମାର ବାଙ୍କିରା, ସୁଭାଷଚନ୍ଦ୍ର ପୂର୍ତି, ଜଗନ୍ନାଥ କଣ୍ଡାଂକେଲ, ବିଜୟ କଣ୍ଡାଂକେଲ, ସନାତନ କଣ୍ଡାଂକେଲ, ନଗେନ୍ଦ୍ରନାଥ କଣ୍ଡାଂକେଲ, ତ୍ରିନାଥ ସିଦୁ ପ୍ରମୁଖ ଶତାଧିକ ହୋ ଭାଷାପ୍ରେମୀ ମାନେ ମୋଟରସାଇକେଲ ରାଲିରେ ଜଟାପାଣି, ଶାଗଜୁଡ଼ି, ମଧୁପୁର ଆଦି ଗ୍ରାମ ପରିକ୍ରମା ପରେ ଜାମଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଚଳିତ ମାସ ୨୩ ତାରିଖ ଦିନ ଭୁବନେଶ୍ୱରଠାରେ ମୋଟର ସାଇକେଲ ର୍ୟାଲିଗୁଡ଼ିକ ପହଁଞ୍ଚିବା ପରେ ସେଠାରେ ବଡ଼ ଧରଣର ସମାବେଶ କରାଯିବାର କାର୍ଯ୍ୟକ୍ରମ ରହିଛି ।
