ବିଜୟ ଦିବସ ଅବସରରେ ବୀର ଜବାନ ମାନଙ୍କ ଅଦମ୍ୟ ସାହସକୁ ନମନ କଲେ ମୁଖ୍ୟମନ୍ତ୍ରୀ
Odisha, June 25 (ANI): Odisha Chief Minister Naveen Patnaik inaugurating the Product Application and Development Centre, set up by Indian Oil Corporation Ltd (IOCL), via video conferencing, in Paradip on Thursday. (ANI Photo)
ଭୁବନେଶ୍ୱର : ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବୀର ଜବାନ ମାନଙ୍କର ଅଦମ୍ୟ ସାହସକୁ ନମନ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବିଜୟ ଦିବସ ଅବସରରେ ୧୯୭୧ ମସିହାର ଭାରତ – ପାକିସ୍ତାନ ଯୁଦ୍ଧରେ ଅଦମ୍ୟ ସାହସ ଓ ବୀରତ୍ୱର ପରିଚୟ ଦେଇ ଭାରତକୁ ବିଜୟୀ କରାଇଥିବା ବୀର ସୈନିକ ମାନଙ୍କୁ ସମ୍ପୂର୍ଣ ଦେଶ ସହିତ ମିଶି ନମନ କରୁଛି । ଭାରତକୁ ବିଜୟୀ କରି ପାଇଁ ଯେଉଁ ସୈନିକ ମାନେ ନିଜର ଜୀବନର ବଳିଦାନ ଦେଇଥିଲେ ସେମାନଙ୍କୁ ସ୍ମରଣ କରୁଛି । ତାଙ୍କର ବୀରତ୍ୱର ଗାଥା ଆମକୁ ସର୍ବଦା ପ୍ରେରଣା ଦେଉଥିବ ।
