ଆଇଏସ୍ଏଲ୍ ୨୦୨୨-୨୩ : ଓଡ଼ିଶାଏଫ୍ସି-ଏଟିକେ ମୋହନବାଗାନ ମ୍ୟାଚ୍ ଗୋଲଶୂନ୍ୟ
ଭୁବନେଶ୍ୱର: ଭୁବନେଶ୍ୱର ଭିତିକ ଆଇଏସ୍ଏଲ୍ ୨୦୨୨-୨୩ ଦଳ ଓଡ଼ିଶା ଏଫ୍ସିର କଳିଙ୍ଗ ବିଜୟ ଅଭିଯାନ ଅଟକିଯାଇଛି । ନିଜ ଘରୋଇ ପଡ଼ିଆରେ ଚଳିତ ଋତୁରେ ୪ ମ୍ୟାଚ୍ ଖେଳି ୪ ବିଜୟ ପାଇଥିବା ଓଡ଼ିଶା ଏଫ୍ସି ଗୁରୁବାର ଏଟିକେ ମୋହନବାଗାନ ଏଫ୍ସି ସହ ମ୍ୟାଚ୍ ଅମୀମାଂସିତ ରଖି ପଏଂଟ୍ ବାଂଟିଛି । ପୂରା ମ୍ୟାଚ୍ରେ ଉଭୟ ଦଳ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲେ । ଫଳରେ ମ୍ୟାଚ୍ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା ।
ମ୍ୟାଚ୍ ଆରମ୍ଭରୁ ଘରୋଇ ଦଳ ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍ ଦେବାରେ ବିଫଳ ହୋଇଥିଲା । ଓଏଫ୍ସି ଆକ୍ରମଣକୁ ପ୍ରତିହତ କରିବା ପରେ ଭ୍ରମଣକାରୀ ଦଳ କିଛି ସୁଯୋଗ ସୃଷ୍ଟି କରିଥିଲେ ବି ଆଗୁଆ ହୋଇପାରିନଥିଲା । ଚଳିତ ଋତୁରେ ନିଜର ଏହି ପ୍ରଥମ ଅମୀମାଂସିତ ମ୍ୟାଚ୍ରୁ ଓଡ଼ିଶା ଏକ ପଏଂଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ସ୍ଥିର ରହିଛି । ଦଳର ମୋଟ ପଏଂଟ ୧୯ରେ ପହଂଚିଛି । ହାଇଦ୍ରାବାଦ ଏଫ୍ସି (୨୨), ମୁମ୍ବାଇ ସିଟି (୨୧), ଏଟିକେ ମୋହନବାଗାନ (୨୦) ପ୍ରଥମ ୩ ସ୍ଥାନରେ ରହିଛନ୍ତି ।
