ବେନିୟମ ଭାବେ ଗ୍ୟାସ୍ ସିଲିଣ୍ଡର୍ ଫିଲିଙ୍ଗ୍ ବେଳେ ଲାଗିଲା ନିଆଁ, ଭୟଭୀତରେ ହରିଚନ୍ଦନପୁର ବାସି
ହରିଚନ୍ଦନପୁର : ବେନିୟମ ଭାବେ ଗ୍ୟାସ୍ ସିଲିଣ୍ଡର୍ ଫିଲିଙ୍ଗ୍ ବେଳେ ହଠାତ୍ ଲାଗିଲା ନିଆଁ, ଭୟଭୀତରେ ଅବସ୍ଥାରେ ହରିଚନ୍ଦନପୁରର ଜନସାଧାରଣ । ଖବର ମୁତାବକ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମ୍ୟୁନିସପାଲିଟି ବଜାରରେ ଦୀର୍ଘ ଦିନ ହେବ ଏହିଭଳି ଭାବେ ବେନିୟମ ଗ୍ୟାସ୍ ଫିଲିଙ୍ଗ୍ ସହ ବିକ୍ରି କରାଯାଉଛି । ହେଲେ ଏନେଇ କେବେ ପ୍ରଶାସନର ଦୃଷ୍ଟି ପଡିନାହିଁ, ଯାହାକୁ ନେଇ ଆଜି ଏହି ଅଘଟଣର ରୂପ କଣ ହୋଇଥାନ୍ତା, ସେ ନେଇ ଚିନ୍ତାରେ ହରିଚନ୍ଦନପୁର ବଜାର ସହ ସ୍ଥାନୀୟବାସି । ଗୁରୁବାର ସଂଧ୍ୟା ୬. ୩୦ ମିନିଟ୍ ସମୟରେ ବ୍ୟବସାୟୀ ଗୋପାଳ ସାହୁ ଗୋଟିଏ ଘରୋଇ ଗ୍ୟାସ୍ ସିଲିଣ୍ଡରରୁ ୫ କିଲୋ ଗ୍ୟାସ୍ ସିଲିଣ୍ଡର୍ ରେ ଗ୍ୟାସ୍ ଫିଲିଙ୍ଗ୍ କରୁଥିବା ସମୟରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଜଳୁଥିବା ଅବସ୍ଥାରେ ସିଲିଣ୍ଡର୍ ଟିକୁ ଦୋକାନ ପାଖ ଫାଙ୍କା ସ୍ଥାନକୁ ନେଇ ଫୋପାଡ଼ି ଦେଇ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ ।? ନିଆଁ ଖୁବ୍ ଯୋର୍ ରେ ଜଳିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ସଙ୍ଗେ ସଙ୍ଗେ ଦମକଳ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ସିଲିଣ୍ଡରଟି ଖୁବ୍ ଉପରକୁ ଉଠି ଫାଟି ଯାଇଥିଲା । ଫାଟିବାର ଶବ୍ଦକୁ ନେଇ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଥିବା ବେଳେ କ\’\’ଣ ହେଲା କହି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ହରିଚନ୍ଦନପୁର ବଜାର ତଥା ସ୍ଥାନୀୟ ଅଂଚଳରେ ଲୋକଙ୍କ ନିଦ ହଜାଇ ଦେଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବେନିୟମ ଗ୍ୟାସ୍ କଳାବଜାରୀକୁ ବନ୍ଦ କରାଇବା ପାଇଁ ହରିଚନ୍ଦନପୁର ଅଂଚଳବାସୀଙ୍କ ଦାବି ହୋଇଛି ।
