ଟ୍ରାକ୍ଟର ଓଲଟି ଜଣେ ଚାଷୀ ମୃତ୍ୟୁ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଫାଣ୍ଡି ଅନ୍ତର୍ଗତ ବଘଲା ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ଚାଷୀ ଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ହେଲେ ସୁରେଶ୍ୱର ସାହୁ । ସୂଚନା ଅନୁସାରେ ସୁରେଶ୍ୱର ଆଜି ସନ୍ଧ୍ୟା ରେ ଟ୍ରାକ୍ଟର ନେଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧର କରି ଭୀମଭୋଇ ମେଡିକାଲ କୁ ଆଣିଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଚନ୍ଦନ ଭାଟି ପୁଲିସ ମେଡିକାଲ ରେ ପହଂଚିଥିଲା । ପ୍ରକାଶ ଯେ ସୁରେଶ୍ୱର ଜଣେ ଚାଷୀ ଥିଲେ । ପରିବାର ରେ ଜଣେ ରୋଜଗାରିଆ ବ୍ୟକ୍ତି ଥିବାରୁ ତାଙ୍କର ଅକାଳ ବିୟୋଗ ରେ ପରିବାର ଲୋକେ ମର୍ମାହତ ହୋଇଛନ୍ତି । ସରକାରୀ ସ୍ତରରେ ତାଙ୍କ ପରିବାର କୁ କିଛି ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
