ମହିଳାଙ୍କ ଅଶ୍ଳିଳ ଫଟୋ ଭାଇରାଲ୍ କରିବା ଧମକ, ଅଭିଯୁକ୍ତ ଯୁବକ ଗିରଫ
ଗଞ୍ଜାମ : ବ୍ରହ୍ମପୁର ହାଉସିଂବୋର୍ଡ଼ ଅଂଚଳର ଭୀଷ୍ମ କୁମାର ଦାଶ ନାମକ ଜଣେ ଯୁବକ ସେହି ଅଂଚଳର ଜଣେ ବିବାହିତା ମହିଳାଙ୍କ ଅଶ୍ଳିଳ ଫଟୋ ଏଡିଟିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବା ଧମକ ଦେଇ ଗିରଫ ହୋଇଥିବା ଜଣାପଡିଛି । ବିବାହିତା ମହିଳା ଜଣକ ଏନେଇ ବ୍ରହ୍ମପୁର ସାଇବର୍ ଥାନାରେ ଏତଲା କରିବା ପରେ ଥାନା ପକ୍ଷରୁ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
