ସାନଖେମୁଣ୍ଡି ବିଧାୟକଙ୍କ ଏମକେସିଜି ମେଡ଼ିକାଲ କଲେଜ ପରିଦର୍ଶନ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଆଜି ଏମକେସିଜି ମେଡ଼ିକାଲ କଲେଜ ପରିଦର୍ଶନ କରି ରୋଗୀ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଏତଦ୍ ବ୍ୟତିତ ସେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କ ସହିତ ସ୍ୱାସ୍ଥ୍ୟ ସେବା ପ୍ରଦାନ ସମ୍ପର୍କରେ ପଚାରି ବୁଝିଥିଲେ ।
