ଆଘାତପ୍ରାପ୍ତ କୁଟୁରା ଶିଶୁ ମହରା ପଦରରୁ ଉଦ୍ଧାର ଓ ଚିକିତ୍ସା ପ୍ରଦାନ
ବଲାଙ୍ଗିର : ଗତକାଲି ଅପରାହ୍ନରେ ହରିଶଙ୍କର ରେଞ୍ଜ ର ହରିଶଙ୍କର ସେକ୍ସନର ଗ୍ରାମରୁ ଗୋଟିଏ କୁଟୁରା ଉଦ୍ଧାର କରାଯାଇଥିଲା । ସୁଧୀର କୁମାର ଜେନା, ଫରେଷ୍ଟର, ମିସ୍ ସନ୍ଧ୍ୟା ରାନୀ ସେଠ, ମିଥୁନ ମିର୍ଦା, ଫରେଷ୍ଟଗାର୍ଡ, ମହେନ୍ଦ୍ର କଲସାଇ, ଫରେଷ୍ଟଗାର୍ଡ, ଏବଂ ପିତାମ୍ବର ମାଝୀ, ଫରେଷ୍ଟଗାର୍ଡଙ୍କ ଉପସ୍ଥିତିରେ ହରିଶଙ୍କରର ପ୍ରାଣୀ ଚିକିତ୍ସା ଅଧିକାରୀ ସୁଜିତ କୁମାର ଶତପଥିଙ୍କ ଦ୍ୱାରା କୁଟୁରାର ଡାକ୍ତରୀ ପରୀକ୍ଷା ଏବଂ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା।
