ଶିଶୁ ଯତ୍ନ ଅନୁଷ୍ଠାନର କ୍ରୀଡ଼ା ଉତ୍ସବ ଉତ୍ସାହ ଅନୁଷ୍ଠିତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ ରହୁଥିବା ଶିଶୁ ମାନଙ୍କୁ ନେଇ କ୍ରୀଡା ଉତ୍ସବ ” ଉତ୍ସାହ ” ଅନୁଷ୍ଠିତ ହୋଇଯାଇଛି । ରାମେଶ୍ୱର ଠାରେ ଥିବା ଷ୍ଟାଡିୟମରେ ଅନୁଷ୍ଠିତ ଏହି କ୍ରୀଡାର ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ କ୍ରୀଡାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରଶିକ୍ଷକ ସଞ୍ଜୟ ସାହୁ ଓ ମହମ୍ମଦ କଲିମ ୧୦୦ ଓ ୨୦୦ ମିଟର ଦୌଡ଼, ଉଚ୍ଚ ଡିଆଁ ଓ ଲମ୍ବ ଡିଆଁ ତଥା କେରମ ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବିଭାଗରେ କରାଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଅବିନାଶ ପୁରୋହିତ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଜିଲ୍ଲା ଶ୍ରମ ଅଧିକାରୀ ଡିଳେଶ୍ୱର ଖାଖା, ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଇନଫିନିଟି ଅନୁଷ୍ଠାନ କର୍ମଚାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ଼, ଥବୀର କାଲସେ, ସ୍ୱାଗତରାଜ ମିଶ୍ର, ବିଶେଶ୍ୱର ହୋତା, ସରିତା ସୁନା, ସିଦ୍ଧାନ୍ତ ପଧାନ, କେଶବ ଚନ୍ଦ୍ର ମେହେର, ସୁଜାତା ବେହେରା, ଜୟନ୍ତୀ ଥାନପତି ସହଯୋଗ କରିଥିଲେ । ଶେଷରେ ବିଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
