ବାଲେଶ୍ୱରରେ ବ୍ୟାଟେରୀ ଚାଳିତ କାଇନେଟିକ ଗ୍ରୀନ୍ ସୋ’ରୁମ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ସହର ନୂଆସାହି ସ୍ଥିତ ବାସନ୍ତୀ ମଣ୍ଡପ ନିକଟରେ ମାରୁତି ଡିଷ୍ଟ୍ରିବ୍ୟୁଟର ପକ୍ଷରୁ କାଇନେଟିକ୍ ଗ୍ରୀନ୍ ଏନର୍ଜି ଏଣ୍ଡ ପାୱାର ସଲ୍ୟୁସନ୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ବ୍ୟାଟେରୀ ଚାଳିତ ସ୍କୁଟରର ନୂତନ ସୋ’ରୁମ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ରଶ୍ମିକାନ୍ତ ଜଟାନିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସୋ’ରୁମ୍କୁ ଉଦ୍ଘାଟନ କରିଥିଲେ । ସାମ୍ପ୍ରତିକ ସମାଜରେ ବୃଦ୍ଧି ପାଇଥିବା ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି କାଇନେଟିକ୍ ଗ୍ରୀନ୍ ଏନର୍ଜି ଏଣ୍ଡ ପାୱାର ସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ବ୍ୟାଟେରୀ ଚାଳିତ ସ୍କୁଟର ନିର୍ମାଣ ବେଶ୍ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତି । ଏହା ଦ୍ୱାରା ଉଭୟ ବାୟୁମଣ୍ଡଳ ଓ ଶବ୍ଦ ପ୍ରଦୂଷଣ ରୋକାଯିବା ସହିତ ପେଟ୍ରୋଲ ବା ଡିଜେଲ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ପ୍ରଦୂଷଣମୁକ୍ତ ପାଇଁ ସମଗ୍ର ବିଶ୍ୱରେ ଉଦ୍ୟମ ଉଦ୍ୟମ ଜାରି ରହିଥିବା ବେଳେ ବାଲେଶ୍ୱରରେ ମାରୁତି ଡିଷ୍ଟ୍ରିବ୍ୟୁଟରର ଏହି ସୋ’ରୁମ୍ ଜନ ସଚେତନତାର ଅନ୍ୟ ଏକ ଉପାଦାନ ହୋଇ ପାରିବ ବୋଲିକହିଥିଲେ ।
ମାରୁତି ଡିଷ୍ଟ୍ରିବ୍ୟୁଟରର ମୁଖ୍ୟ ସମୀର ଜଟାନିଆ ଉଦ୍ଘାଟନୀ ଉତ୍ସବରେ ପୌରହିତ୍ୱ କରିବା ସହିତ ବାଲେଶ୍ୱର ଜିଲ୍ଲାରେ ଖୋଲିଥିବା କାଇନେଟିକ୍ ବ୍ୟାଟେରୀ ଚାଳିତ ସ୍କୁଟର ସୋ’ରୁମ୍ ପ୍ରଦ୍ୟୂଷଣ ରୋକିବାର ନୂଆ ଏକ ପ୍ରୟାସ ବୋଲି କହିଥିଲେ । ଆରମଦାୟକ ଯାତ୍ରା ପାଇଁ ଏହା ବେଶ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ୫ହଜାର ଟଙ୍କାର ସବ୍ସିଡ୍ ପ୍ରଦାନ କରାଯାଉଥିବା ବେଳେ ସହଜ ମାସିକ କିସ୍ତିରେ ମିଳି ପାରୁଥିବା କାଇନେଟିକ୍ ଗ୍ରୀନ ଚାଳିତ ସ୍କୁଟର ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଶ୍ରୀ ଜଟାନିଆ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରଥମ ଗ୍ରାହକ ଶ୍ୟାମସୁନ୍ଦର ଝାୱରଙ୍କୁ ମୁଖ୍ୟଅତିଥି ନୂତନ ସ୍କୁଟରର ଚାବି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଲବୀର ଜଟାନିଆ, ଭାସ୍କର ଜଟାନିଆ, ରାଜେଶ ଜଟାନିଆ, ଧରମଜିତ ମହାନ୍ତି, ଅନନ୍ଦ ଭଟ୍ଟର, ରାଜୀବ ଅଗ୍ରୱାଲ, କମଲେଶ ପାଲା, ସବ୍ୟସାଚୀ ସାହୁ, ଅରୁଣ ଖଣ୍ଡେଲୱାଲ, ମନୋଜ ପୋଦ୍ଦାର ପ୍ରମୁଖ ଅତିଥିଭାବେ ଯୋଗଦେଇ ନୂତନ ସୋ-ରୁମର ସଫଳତା କାମନା କରିଥିଲେ ।
