କାଠଗୋଦାମ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ପୁରୀ : ନବକଳେବର ରୋଡ଼ରେ ଥିବା କାଠଗୋଦାମରେ ଅଗ୍ନିକାଣ୍ଡ ଘଟି କାଠ ପୋଡ଼ିଯାଇଥିବା ଜଣାପଡ଼ିଛି । କୌଣସି କାରଣବଶତଃ କାଠ ଗୋଦାମରେ ନିଆଁ ଲାଗି ଯିବାରୁ ତାହା ହୁତୁ ହୁତୁ ହୋଇ ଜଳିଥିଲା । ନିଆଁର ପ୍ରଭାବ ଏତେ ଯୋରଥିଲା ଯେ ନିକଟରେ ଥିବା ବାସିନ୍ଦାମାନେ ଓ ଏକ ଘରୋଇ କ୍ଲିନିକ୍ର ରୋଗୀମାନେ ଭୟଭୀତ ହୋଇପଡ଼ିଥିଲେ । ଫର୍ଣ୍ଣିଚର ନିର୍ମାଣ ପାଇଁ ସାଇଜ ପଟା,ସାଇଜ କାଠ ରଖାଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଦମକଳ ଗାଡ଼ି ପହଞ୍ଛି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ କେହି ଆହାତ ହୋଇନଥିବା ଜଣାପଡ଼ିଛି । ସହରର ଜନଗହଳି ଅଞ୍ଛଳରେ କାଠ ଫର୍ଣ୍ଣିଚର ଗୋଦାମ ନକରିବା ପାଇଁ ସ୍ଥାନୀୟ ଅଞ୍ଛଳବାସୀ ବିରୋଧ କରିଛନ୍ତି ।
