ଅଶୋକ ଦାସ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୯ରୁ
ଯାଜପୁର : ମେଲ୍ବର୍ଣ୍ଣ କ୍ରିକେଟ କ୍ଲବ ଯାଜପୁର ଓ ଜିଲା କ୍ରିକେଟ ଆସୋସିଏସନ୍ ଯାଜପୁୁରର ମିଳିତ ଆନୁକୂଲ୍ୟରେ ଅଶୋକ ଦାସ ପାଉଣ୍ଡେସନ୍ର ମିଳିତ ସହଯୋଗରେ ୧୪ତମ ଅଶୋକ ଦାସ ମେମୋରିଆଲ ଅଲ୍ ଇଣ୍ଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୯ ତାରିଖ ଆରମ୍ଭ ହୋଇ ଜାନୁଆରୀ ୭ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଚଇନ୍ପୁର ସ୍ଥିତ ସୁଦର୍ଶନ ପାଢ଼ୀ ହାଇସ୍କୁଲ ଖେଳପଡ଼ିଆ ପରିସରରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଳି ଆଜି ସର୍କିଟହାଉସ୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ, ଜିଲା କ୍ରିକେଟ ଆସୋସିଏସନ୍ର ସମ୍ପାଦକ ଅଧ୍ୟାପକ ଧ୍ୟାନଚାନ୍ଦ ଦାସ, ପ୍ରମୁଖ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ୧୦ଦଳ ଭାଗ ନେଇଥିବା ବେଳେ ୨୯ତାରିଖ ଦିନ ପ୍ରଥମ ପ୍ରିକ୍ୱାଟରରେ ଏମ୍.ସି.ସି ଯାଜପୁର ଟାଉନ୍ ସହ ୟୁନିକ୍ ଏକ୍ସଆଇ, ୩୦ ତାରିଖରେ ଇଲଭେନ୍ ଷ୍ଟାର ଯାଜପୁର ଟାଉନ୍ ସହ କ୍ରିକେଟ ଏକାଡ଼େମୀ ଯାଜପୁର ରୋଡ଼ ଅନୁଷ୍ଠିତ ହେବ । ୩୧ତାରିଖରୁ ଆରମ୍ଭ ହେବାକୁ ଥିବା କ୍ୱାଟର ପାଇନାଲ ମୁକାବିଲାରେ ୩୦ତାରିଖର ବିଜେତା ଓ ରାଇଜିଂ ଷ୍ଟୁଡ଼େଣ୍ଟ କଟକ, ୦୧ ତାରିଖରେ ଏକ ପ୍ରଦର୍ଶନୀ ମ୍ୟାଚ୍ ହେବାକୁ ଥିବା ବେଳେ ୦୨ତାରିଖରେ ୟୁନିଅନ୍ ସ୍ପୋଟିଂ କଟକ ସହ ଜିଭିକେ ଟାଇଟନ୍ସ ଭାଇଜାକ୍, ୦୩ରେ ୨୯ତାରିଖ ମ୍ୟାଚ୍ର ବିଜେତା ସହ ରାଞ୍ଚି ରେଲୱ, ୦୪ତାରିଖରେ ବୋକାରୋ ଷ୍ଟାର ଇଲଭେନ୍ ସହ ଛତିଶଗଡ଼ ଫରେଷ୍ଟ ଅନୁଷ୍ଠିତ ହେବ । ୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ୨ତାରିଖ ମ୍ୟାାଚ୍ର ବିଜେତା ସହ ୪ତାରିଖ ମ୍ୟାଚ୍ର ବିଜେତା ଏବଂ ଦ୍ୱିତୀୟ ସେମିଫାଇନାଲରେ ୩୧ତାରିଖ ମ୍ୟାଚ୍ର ବିଜେତା ସହ ୩ତାରିଖ ମ୍ୟାଚ୍ର ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ୭ତାରିଖ ଦିନ ଏହି ଟୁର୍ଣ୍ରାମେଣ୍ଟର ଉଦ୍ଯାପନୀ ଉତ୍ସବ ତଥା ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ଦ୍ୱାରା ପ୍ରକାଶ ପାଇଛି ।
