କାଠଗୋଲାରେ ଭୟାବହ ଅଗ୍ନିକାଣ୍ଡ, ୧୦ କୋଟି ଟଙ୍କାର କାଠ ପାଉଁଶ
ପୁରୀ : ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ । କାଠ ଗୋଦାମରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର କାଠ ପୋଡି ନଷ୍ଟ । ତେବେ ଅଗ୍ନିକାଣ୍ଡର କାରଣ କଣ ଅସ୍ପଷ୍ଟ ରହିଛି । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍ ଥିବାରୁ ଭୟରେ ସ୍ଥାନୀୟ ବାସିନ୍ଦା । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବା ପାଇଁ ଚଳାଇଛି ଉଦ୍ୟମ ।
ପୁରୀ ନବକଳେବର ରୋଡରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ କାଠଗୋଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ କାଠଗୋଲାରେ ନିଆଁ ଲାଗିଯାଇଥିଲା । ୧୦ କୋଟି ଟଙ୍କାର କାଠ ନିଆଁ ଲାଗି ଜଳି ଯାଇଛିଥିବା ସୂଚନା ମିଳିଛି । କାଠଗୋଲାରେ ପ୍ରାୟ ଅଧ ଏକର ଜାଗାରେ ରଖାଯାଇଥିବା ଶାଳ, ପିଆଶାଳ, ଶାଗୁଆନ ଆଦି କାଠ ଖଣ୍ଡରେ ନିଆଁ ଲାଗିଯାଇଥିଲା । ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବୋଲି ଅନୁମାନ କରାଯାଉଛି । ଅଗ୍ନିଶମର ୬ଟି ଗାଡ଼ି ଲାଗି ଭୋର ସାଢ଼େ ୪ଟାରେ ନିଆଁକୁ ଆୟତ୍ତ କରିଥିଲେ। ମଙ୍ଗଳା ସାହି ଓ ମଧୁବନ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ଏହା ଦ୍ୱାରା କେହି ଆହତ ହୋଇନାହାନ୍ତି ।
